ଲୋକମାନଙ୍କ ନିକଟତର ହୋଇ ସେବା କର , ଜିଲ୍ଳପାଳ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): କର୍ମଚାରୀ ଓ ଅଧିକାରୀ ମାନେ ଲୋକମାନଙ୍କ ସହ ନିକଟତର ହୋଇ ସରକାରୀ ଯୋଜନାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲୋକଙ୍କ ନିକଟରେ ଊପଲବ୍ଧ କରିବା ସହ ନୂତନ ଚିନ୍ତାଧାରାର ଊପଯୋଗ କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପରିସରରେ ୫ ଟି ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ସରକାର ସ୍ୱଚ୍ଚ୍ଥତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଊଦ୍ୟମ ଓ ପରିବର୍ତ୍ତନ ଭଳି ୫ ଗୋଟି ଟି କୁ ଗୁରୁତ୍ୱ ଦେଇଚ୍ଥନ୍ତି । ଏହି ଅନୁସାରେ କାର୍ଯ୍ୟ କଲେ ତାହା କାର୍ଯ୍ୟର ଚାପକୁ ହ୍ରାସ, ତୁରନ୍ତ ପଂଏସଲା, ସାଧାରଣ ଲୋକଙ୍କୁ ସଠିକ ସମୟରେ ସେବା ଯୋଗାଇବାରେ ସକ୍ଷମତା ସହ ସରକାରୀ ବ୍ୟବସ୍ଥାର ସୁନାମ ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ବିଭିନ୍ନ ସ୍ତରରୁ ମିଳୁଥିବା ଚିଠି ଓ ଆବେଦନ ଗୁଡିକର ଗୁରୁତ୍ୱକୁ ଅନୁଭବ କରି ନୂତନ ଭାବେ କାର୍ଯ୍ୟକାରୀ ହେଊଥିବା ୫ ଟି ସେଲ ଏହାର ବର୍ଗୀକରଣ କରିବ । ଅତି ଗୁରୁତ୍ୱ ବହନ କରୁଥିବା ପତ୍ର ଗୁଡିକ ୩ ତାରକା ବିଶିଷ୍ଟ, ଗୁରୁତ୍ୱ ବହନ କରୁଥିବା ପତ୍ର ୨ ତାରକା ବିଶିଷ୍ଟ ଓ ଅନ୍ୟାନ୍ୟ ଜରୁରୀ ଚିଠି ଏକ ତାରକା ଭାବେ ଚିହ୍ନଟ କରାଯାଇ ଏବଂ ସିଲ ଲଗାଯାଇ ସଂପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯିବ । ୩ ତାରକା ବିଶିଷ୍ଟ ଚିଠି ଗୁଡିକ ୨୪ ଘଣ୍ଟା ମଧ୍ୟରେ, ୨ ତାରକା ୩ ଦିନ ମଧ୍ୟରେ, ଏକ ତାରକା ବିଶିଷ୍ଟ ଚିଠି ୭ ଦିନ ମଧ୍ୟରେ ଏବଂ ଅନ୍ୟାନ୍ୟ ଚିଠି ଧାର୍ଯ୍ୟ କରାଯାଇଥିବା ସମୟ ସୀମା ମଧ୍ୟରେ ସଂପୃକ୍ତ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବା ବିଧେୟ । ଏଥିପାଇଁ ସଂପୃକ୍ତ ବିଭାଗର ମୁଖ୍ୟ ଓ ପ୍ରତ୍ୟେକ କର୍ମଚାରୀ ଊତ୍ତରଦାୟୀ ରହିବେ । ଏପରିକି, ଯଦି କୈାଣସି କର୍ମଚାରୀ ଚ୍ଥୁଟିରେ ଯାଊଚ୍ଥନ୍ତି ତେବେ ତାଙ୍କ ବିଭାଗର ଆବଶ୍ୟକୀୟ ପାଂଇଲକୁ ଅନ୍ୟ କର୍ମଚାରୀଙ୍କ ମାର୍ପଂତରେ ରଖିବେ । ଯଦ୍ୱାରା ତାଙ୍କ ଅନୁପସ୍ଥିତିରେ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେବନାହିଁ । ନିଜ ବିଭାଗର କାମକୁ କିପରି ଅଧିକ ଶୃଙ୍ଖଳିତ ଓ ସମୟାନୁସାରେ ସଂପନ୍ନ କରାଯିବ ସେ ସଂପର୍କରେ ସଂପୃକ୍ତ ବିଭାଗର ଅଧିକାରୀ, ସମସ୍ତ କର୍ମଚାରୀ ମାନଙ୍କୁ ଆଲୋଚନା କରି ନିର୍ଯ୍ୟାସ ବାହାର କରିବେ । କୈାଣସି କ୍ଷେତ୍ରରେ ବିଳମ୍ୱ ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଳ୍ାପାଳ ସ୍ପଷ୍ଟ କରିଦେଇଥିଲେ । ଅନେକ ସମୟରେ ଦେଖାଯାଏ ଯେ, ଆବେଦନକାରୀଙ୍କ ପ୍ରତି ଅପିଂସର ବା କର୍ମଚାରୀଙ୍କର ବ୍ୟବହାର ଅତ୍ୟନ୍ତ ନିକୃଷ୍ଟ ହୋଇଥାଏ । ତେଣୁ ଏଥିରେ ସୁଧାର ଆଣି କୈାଣସି ଲୋକ ଯେପରି କୈାଣସି ଅଧିକାରୀ ବା କର୍ମଚାରୀ ଠାରୁ ଖରାପ ବ୍ୟବହାର ନ ପାଏ ସେଥିପାଇଁ ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଚ୍ଥନ୍ତି । ଆସନ୍ତା ମାସ ଠାରୁ ଶେଷ ଶନିବାର ପୂର୍ବାହ୍ନରେ ନିର୍ଦ୍ଧିଷ୍ଟ ବିଭାଗ ୱାରୀ ୫ ଟିର ମାନସ ମନ୍ଥନ କରାଯିବ ଓ ବିଭାଗର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜିଲ୍ଳ୍ାପାଳ ସୂଚନା ଦେଇଚ୍ଥନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି , ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି, ଅନୁପ କୁମାର ବେହେରା, ଶୁଭଦର୍ଶନ ମିଶ୍ର, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା, କୁଳମଣି ନାୟକ, ଧୋବେଇ ନାୟକ, ଜିଲ୍ଳ୍ା ମଙ୍ଗଳ ଅଧିକାରୀ ଚେତନା ସେଠୀ, ଡି.ସି.ପି.ଓ. ନିରଂଜନ କର, ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ ।