ସବୁଜ ଭାରତ ତରଫରୁ ୭୧ତମ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜଧାନୀକୁ ସରସ, ସୁନ୍ଦର ଓ ସବୁଜିମାମୟ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବିନୋବା ସ୍ମାରକ ଟ୍ରଷ୍ଟ, ହରିଜନ ସେବା ସଂଘ ଓ ସବୁଜ ଭାରତର ମିଳିତ ଆନୁକୂଲ୍ୟରେ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ସକାଳ ୮ ଘଟିକାରେ ଭୁବନେଶ୍ୱରସ୍ଥିତ ନାରାୟଣୀ ବସ୍ତିରେ ବିଭିନ୍ନ ଚାରା ରୋପଣ କରାଯିବା ସହିତ କୋଭିଡ୍‌-୧୯ରୁ ରକ୍ଷା ପାଇବା ପାଇଁ ମାସ୍କ ବଣ୍ଟନ କରାଯାଇଥିଲା । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ଦାସ ଏବଂ ସୋଫିଆ ଆଲମ, ଗାନ୍ଧୀବାଦୀ ଜ୍ଞାନରଞ୍ଜନ ସାମନ୍ତରାୟ ଏବଂ ଯୁବନେତା ପ୍ରବୀର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପ୍ରତି ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ପରିବେଷ ପ୍ରଦୂଷଣ ହେବା ସହିତ ବନ୍ୟଜନ୍ତୁଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ତେଣୁ ପରିବେଶ ପ୍ରଦୂଷଣକୁ ଦୂର କରିବା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ମହୋତ୍ସବରେ ସବୁଜ ଭାରତର ଏହା ଏକ ଛୋଟ ପ୍ରୟାସ ଏବଂ ଆସନ୍ତା ଦିନରେ ଅନେକ ଯୁବପିଢି ଆଗେଇ ଆସି ବୃକ୍ଷ ରୋପଣ କରିବା ପାଇଁ ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ସାହୁ, ମନସ୍ୱିନୀ ପରିଡ଼ା, ମନୋରଞ୍ଜନ ନାୟକ, ଜିତୁ କୁମାର ସାହୁ, ବଳରାମ ବିଶୋୟୀ, ଅଚ୍ୟୁତ ବଳ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିବା ସହିତ ମାସ୍କ ବଣ୍ଟନ କରିଥିଲେ । ସବୁଜ ଭାରତର ଏହି ପ୍ରୟାସକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହିତ ଏଭଳି ଜନହିତକର କାର୍ଯ୍ୟ ଜାରି ରଖିବାକୁ ସବୁଜ ଭାରତର ସଭାପତି ସତ୍ୟବ୍ରତ ଦାସଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ