ବୁଗୁଡା ପୋଲିସ ଦ୍ୱରା ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ

ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଏସ.ପି. ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ଯାତାୟତକୁ କଟକଣା କରି ନିୟନ୍ତ୍ରଣ କରିବାକୁ ଦେଇଥିବା ନିର୍ଦ୍ଦେଶ ପ୍ରକାରେ ବୁଗୁଡା ପୋଲିସ ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରିଥିବା ଜଣାପଡିଛି। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ବରେ ବୁଗୁଡା ପୋଲିସ ବାହିନୀ ଗୁଗୁଡା ବ୍ଲକର ସୀମାନ୍ତ ଗ୍ରାମ କରସିଙ୍ଗି ଛକ ନିକଟରେ ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ବାରିକଡ଼ ନିର୍ମାଣ କରି ରାସ୍ତାକୁ ସିଲ କରିଛନ୍ତି। କରସିଙ୍ଗି ଠାରେ ବୁଗୁଡା ଥାନାର ଆଉଟ ପୋଷ୍ଟ ଅଧିକାରୀ ଓ ପୋଲିସ ଫୋର୍ସ ରହି କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଯାତାୟତକୁ ନିୟନ୍ତ୍ରଣ କରିବେ ବୋଲି ଆଇଆଇସି ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ