ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବିରେ ସ୍ମାରକ ପତ୍ର ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଛି ।ଏହାର ମୁକାବିଲା ସକାଶେ ସମସ୍ତ ସରକାରୀ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । କୋଭିଡ଼ ଦାୟିତ୍ୱ ତୁଲାଉଥିବା ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ସରକାର କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି । ପରିତାପର ବିଷୟ ଆଦର୍ଶ ସାମଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ରାଜ୍ୟ ସରକାର ଶିକ୍ଷକ ସମାଜକୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ନକରିବା ନେଇ ରାଜ୍ୟର ଶିକ୍ଷକ, ।ଇକ୍ଷୟତ୍ରୀ ମାନେ ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଏ ନେଇ ଗୁରୁବାର ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଜରିଆରେ ପ୍ରଦାନ କରିଛନ୍ତି ।ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ଏପ୍ରିଲ ମାସରେ ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ନିଜ ନିଜ ଭିଟାମାଟିକୁ ଫେରାଇ ଆଣି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରବାସୀ ମାନେ ନିଜ ନିଜ ଭିଟାମାଟିକୁ ଫେରିବା ପରେ ରୋଳ ଷ୍ଟେସନ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ବେଳେ ଶିକ୍ଷକ ସମାଜ ନିଜ ଜୀବନକୁ ବାଜି ଲଗାଇ ୨୪ ଘଂଟିଆ କାର୍ଯ୍ୟ କରି ଆସୁଥିଲେ । ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁରଣ ପରେ ପ୍ରବାସୀ ମାନେ ନିଜ ନିଜ ଘରକୁ ପେରିଛନ୍ତି । ବର୍ତମାନ ସ୍ଥିତିରେ ଖୁବ୍ କମ୍ ସଙ୍ଗରୋଧ ଚକେନ୍ଦ୍ରରେ ପ୍ରବାସୀ ମାନେ ରହିଥିବା ଜଣାପଡ଼ିଛି । ବର୍ତମାନ ହିଞ୍ଜିଳିକାଟୁ ଅଂଚଳର ୪ଟି କେନ୍ଦ୍ରରେ ପ୍ରବାସୀ ରହିଥିବା ଜଣାପଡ଼ିଛି । ପରବର୍ତି ସମୟରେ ଚଳିତ ମାସ ୭ ତାରିଖ ଠାରୁ ବିଭିନ୍ନ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ କୋଭିଡ଼ କେୟାର ହୋମ ଖୋଲାଯାଇ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଆସିକା ଓ କବିସୂର୍ଯ୍ୟନଗର ଅଂଚଳର ୨ଶିକ୍ଷକ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରିବା ପରେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଶିକ୍ଷକ ମାନଙ୍କପୁ କରୋନା ଯୋଦ୍ଧାର ମାନ୍ୟତା ନମିଳିଥିବାରୁ ସରକାରୀ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି ।


