ବାଲିଗୁଡାରେ ୨ୟ ସପ୍ତାହ ସଟ୍‌ଡାଉନ୍ ରାସ୍ତାଘାଟ ଶୂନଶାନ ପୁଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଳାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଚଳିତ ମାସ ର ପ୍ରତି ଶନିବାର ଏବଂ ରବିବାର ଦୁଇ ଦିନକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି l ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟ୍‌ଡାଉନର ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି l ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିବାବେଳେ ଥାନା ଅଂଚଳରେ ଥିବା ଛକମାନଙ୍କରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଜିଲ୍ଲା ଛଡା ଯାଉନଥିବାବେଳେ ଅତି ଜରୁରୀ କାମ ଥିବା ଲୋକଙ୍କୁ ସହରକୁ ଛଡାଯାଉଛି ।ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ଵାବଧାନରେ ବାଲିଗୁଡାର ବିଭିନ୍ନ ଛକ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ଅଧୀନରେ ଥିବା ଗ୍ରାମ ଗୁଡ଼ିକରେ ପୁଲିସ ତରଫରୁ ପ୍ୟାଟ୍ରୋଲିଂ କଡ଼ାକଡ଼ି କରାଯାଇ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି l ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦେଶ ପ୍ରକାରେ ଆଜିଠାରୁ ଗଞ୍ଜାମ ଜିଲ୍ଲାରୁ କୌଣସି ଲୋକ କନ୍ଧମାଳ ଜିଲ୍ଲାକୁ ଆସିପାରିବେ ନାହିଁ l ଯଦି ଗଞ୍ଜାମ ଜିଲ୍ଲାରୁ ଆସିବା ଅତ୍ୟନ୍ତ ଜରୁରୀ ତେବେ ଯେଉଁ ଅଞ୍ଚଳକୁ ଆସିବେ ସେହି ଅଞ୍ଚଳର ଉପ-ଜିଲ୍ଲାପାଳଙ୍କ ଠାରୁ ଇ-ମେଲ କିମ୍ବା ହ୍ଵାଟ୍ସଆପ ଜରିଆରେ ଆବେଦନ କରି ଅନୁମତି ମାଗି ପାରିବେ l ଏବଂ ଅନୁମତି ମିଳିବା ପରେ ଅନୁମତି ପତ୍ର ଦେଖାଇ ଆସିପାରିବେ l ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି। କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ଅନ୍ୟ ୫ ଦିନ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ। କିନ୍ତୁ ସପ୍ତାହନ୍ତ ଦୁଇଦିନିଆ ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଏବଂ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।ସଟଡାଉନ ଯୋଗୁଁ ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ରାଇକିଆ ଥାନା ଅଞ୍ଚଳ ସମେତ ସିମନବାଡ଼ି ଅଞ୍ଚଳ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ଏହି ସଟଡାଉନକୁ ଜନସାଧାରଣ ମଧ୍ୟ ସମର୍ଥନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ