ଅଧରାତିରେ କ୍ୱାରେଣ୍ଟାଇନ୍ ଛାଡିଲେ୨୨ ଅନ୍ତେବାସୀ , ୭କିମି ପାଦଚଲାରେ ଘରକୁ ଫେରିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଅଧରାତିରେ ୨୨ଜଣ ଅନ୍ତେବାସୀ କ୍ୱାରେଣ୍ଟାଇନ୍ ଛାଡି ୭କିମି ପାଦଚଲାରେ ନିଜ ଘରକୁ ଫେରିଥିବା ସୁଚନା ମିଳିଛି । ଘଟଣାଟି ଗଜପତି ଜିଲ୍ଲାର ଉଲଭଦ୍ରା କ୍ୱାରେଣ୍ଟାଇନ୍ ଠାରେ ଘଟିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ୨ଜଣ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ଗ୍ରାମରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା । ଏଥିରେ ୨୪ ଜଣ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଉଲଭଦ୍ରା କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ସେହି ୨୪ଜଣଙ୍କ ମଧ୍ୟରୁ ୨ଜଣ ଗର୍ଭବତୀ ମହିଳା ହୋଇଥିବାରୁ ୨୨ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ଉଲଭଦ୍ରା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଠିକ୍ ଭାବେ ବିଶୋଧନ ହୋଇ ନ ଥିବାରୁ ଏହି ଗ୍ରାମବାସୀ ମାନେ ସେଠାରେ ରହିବାକୁ ଇଚ୍ଛା କରି ନ ଥିଲେ । ଏମାନଙ୍କ ସହ ସେହି ଅଞ୍ଚଳର ସରପଞ୍ଚ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଗ୍ରାମବାସୀ ମାନେ ଅନିଚ୍ଛା ପ୍ରକାଶ କରିବାରୁ ସେମାନଙ୍କୁ ଅଲଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଥିବା କ୍ୱାରେଣ୍ଟାଇନ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ପାନୀୟ ଜଳର ସମସ୍ୟା ଓ କେତେକ ଅବ୍ୟବସ୍ଥା ଯୋଗୁଁ ୨୨ଜଣ ଅନ୍ତେବାସୀ ରାତି ଅଧରେ ୭କିମି ପଦଚଲା ରାସ୍ତାରେ ନିଜ ଗ୍ରାମକୁ ଫେରିଥିଲେ । ପରେ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ୨୨ଜଣଙ୍କୁ ବୁଝାସୁଝା କରି ପୁଣି ଖାଣ୍ଡବା ସ୍ଥିତ କ୍ୱାରେଣ୍ଟାଇନ୍‌କୁ ଫେରାଇ ଆଣିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ