ଅସୁସ୍ଥ ଜନାର୍ଦ୍ଦନଙ୍କୁ ସହାୟତାର ହାତ ବଢ଼ାଇଲା ସପୋଟିଭ ହ୍ୟାଣ୍ଡସ ଗ୍ରୁପ

ହାଟଡିହି, (ୱାଇଏନ୍‌ଏସ୍‌): ଏକ ଦୁର୍ଘଟଣାର ଶୀକାର ହୋଇ ବହୁଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଅର୍ଥାଭାବରୁ ଘରକୁ ଫେରି ଗୁରୁତର ଅବସ୍ଥାରେ ଘରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜନାର୍ଦ୍ଦନ ମଲ୍ଲିକଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବିଭିନ୍ନ ସଂଗଠନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ଗତକାଲି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଓ ମା ତାରିଣୀ ସେବା ସଂସ୍ଥାନର ମିଳିତ ସହଯୋଗରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସଂଗ୍ରହ କରାଯାଇ ୫୫ହଜାର ଟଙ୍କାର ଆଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ଆଜି ସପୋଟିଭ ହ୍ୟାଣ୍ଡସ ଗ୍ରୁପ ତରଫରୁ ସହାୟତା କରାଯାଇଛି । ସପୋଟିଭ ହ୍ୟାଣ୍ଡସ ଗ୍ରୁପର ସମ୍ପାଦକ ବିଶ୍ୱଜିତ ଦାସ, ସଦସ୍ୟ ସୁଧାଶୁଂ ଶେଖର ନାୟକ ପମୁଖ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କୁ ନଗଦ ଅର୍ଥ ସହିତ ଗୋଟିଏ ମାସ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ଆବୁଲୁପୁରା ଗ୍ରାମର ଜନାର୍ଦ୍ଦନ ମଲ୍ଲିକ ନାମକ ଜଣେ ଯୁବକ ରାଉରକେଲାରେ ଏକ ଛୋଟ ଦେକାନ କରି ପରିବାର ଚଳାଇ ଆସୁଥିଲେ । ଗତ ୮ମାସ ତଳେ ସେ ଏକ ସଡକ ଦୁର୍ଘଟଣାର ଶୀକାର ହେବାପରେ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ କଳିଙ୍ଗ ହସପିଟାଲରେ ରଖି ଚିକିତ୍ସା କରୁଥିବାବେଳେ ନିଜର ଜମିବାଡି ବିକ୍ରୀକରି ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚକଲାପରେ ଆଉ ଖର୍ଚ୍ଚ କରିବାକୁ ଟଙ୍କା ନଥିବାରୁ ବାଧ୍ୟହୋଇ ଜନାର୍ଦ୍ଦନଙ୍କୁ ଘରକୁ ଫେରାଇ ଆଣି ଘରେ ଭାଗ୍ୟକୁ ଆଦରି ପକାଇ ରଖିଛନ୍ତି । ଏପରିକି ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏପରି ଅସୁବିଧାରେ ପରିବାରଟି ଅସହାୟ ହୋଇ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ