ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍)-ଶିଶୁ ଯୌନ ନିର‌୍ୟାତନା , ଶିଶୁ ଶ୍ରମିକ ପ୍ରଥା ଏବଂ ଶିଶୁ ଚାଲାଣ ରୋକିବା ପାଇଁ କଳାହାଣ୍ଡି ଜିଲ୍ଲାରେ ଅନେକ ସଚେତନତା କାର‌୍ୟ୍ୟକ୍ରମ ପୋଲିସ ପ୍ରଶାସନ ପକ୍ଷରୁ ପରି ୩ କାର‌୍ୟ୍ୟକ୍ରମ ଚାଲୁ ରହିଛି । ଏହି ପରିପେକ୍ଷିରେ ଆଜି ଭବାନୀପାଟଣା ବ୍ଲକ ଗୁଡ଼ିଆଳିପଦର ଠାରେ ପରୀ ପାଇଁ ପର୍ବତରୋହଣ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏହାକୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧର ମୁଖ୍ୟ ଅତିଥି ଭାବରେ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ପର୍ବତରୋହୀ ଯୋଗ ବ୍ୟାସ ଭୋଇଙ୍କ ନେତୃତ୍ୱରେ ଏହି ୩ଦିନିଆ ପର୍ବତରୋହନ ଶିବିରରେ ୩୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହି କାର‌୍ୟ୍ୟକ୍ରମ ରେ ସେମାନେ ଗୁଡ଼ିଆଳିପଦର ର ୪ ଗୋଟି ପାହାଡ ଚଢ଼ିବେ। ଆ ଜିର କାର‌୍ୟ୍ୟକ୍ରମ ରହିଛି ଶିବିରାର୍ଥୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଥିରେ ପର୍ବତରୋହନ ର ସମସ୍ତ ଉନ୍ନତ ମାନର ସରଞ୍ଜମ ବ୍ୟବହାର କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ