କରୋନା ମୁକାବିଲାରେ ଓଡିଶା ରୋଲ ମୋଡେଲ ସାଜିଥିବା କଥା ହାସ୍ୟାସ୍ପଦ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଯେଉଁଭଳି ଭାବେ ଦିନକୁ ଦିନ ବଡିବାରେ ଲାଗିଛି ତାହାକୁ ଦେଖିଲେ ଜିଲ୍ଲାର ସ୍ଥିତି ମଧ୍ୟ ସଙ୍ଗିନ ହୋଇପଡିଲାଣି । ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଥିବା ବେଳେ ଓଡିଶା କରୋନା ମୁକାବିଲାରେ ରୋଲ ମୋଡେଲ ସାଜିଥିବା କଥା ହାସ୍ୟାଷ୍ପଦ ବୋଲି କହିଛନ୍ତି ଗଞ୍ଜାମର ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି । ପୁର୍ବରୁ ଗଞ୍ଜାମ ଜିଲ୍ଲା କରୋନା ମୁକ୍ତ ଥିବା ବେଳେ ସରକାରି ଆକଳନ ଅନୁସାରେ ଅଢେଇ ଲକ୍ଷ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିଥିଲେ । ପରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଗ୍ରୀନ ଜୋନରୁ ରେଡ ଜୋନରେ ପରିଣତ ହେଲା ଗଞ୍ଜାମ ଜିଲ୍ଲା । ତେବେ ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ଶ୍ରମିକ ବର୍ତମାନ ଦିଗହରା ହୋଇ ୩ ହଜାରରୁ ଉର୍ଦ୍ଧ ଶ୍ରମିକ ଗଞ୍ଜାମରୁ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇସାରିଲେଣି । ଆଗକୁ ଆହୁରୀ ବହୁ ମାତ୍ରାରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଫେରିବାକୁ ଥିବା ସୂଚନା ରହିଛି ବୋଲି କହିଛନ୍ତି ବିଜେପି ନେତା ଶ୍ରୀ ପତି । ତେବେ ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାରୁ ପୁଣି ବାହାର ରାଜ୍ୟକୁ ଫେରୁଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କୌଣସି ସୁଚନା ନଥିବା ସେ ଅଭିଯୋଗ କରିଛନ୍ତି । ସରକାର କର୍ମ ସଂସ୍ଥାନ ଯୋଗାଇ ନପାରି ପ୍ରବାସୀ ମାନଙ୍କୁ ଜିଲ୍ଲାକୁ ଆଣି ପ୍ରହଶନ ଦେଖାଇବା ସହ ଜିଲ୍ଲାବାସୀଙ୍କୁ ବିପଦରେ ପକାଇଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନର କୋଭିଡ ମୁକାବିଲାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା କହିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଂଚଳ ଗୁଡିକରେ କୋଭିଡ କେନ୍ଦ୍ର କାର୍ଯ୍ୟକାରୀ ହେଉନଥିବା କହିଛନ୍ତି । ଗ୍ରାମାଂଚଳର ଗୁଡିକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ୱାସ୍ଥ୍ୟସେବା ବିଗିଡି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ସୂଚନା ପ୍ରକାରେ ଜିଲ୍ଲାର ୮୫ ପ୍ରତିଶତ ଗ୍ରୀନ ଜୋନ ରହିଛି । ଏହା କିଭଳି ସମ୍ବବ ବୋଲି ପ୍ରଶ୍ନ କରିବା ସହ ଗତ ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ଏବଂ ବିନା କରୋନା ଜନିତ ମୃତ୍ୟୁ ସଂଖ୍ୟା କେତେ ତାହା ସ୍ୱଷ୍ଠ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଉତମ ଚିକିତ୍ସା ପାଇନପାରି ମଧ୍ୟ ପ୍ରାଣ ହରାଉଛନ୍ତି । କୋଭିଡ ଟେଷ୍ଟ ସମୟରେ ପଜେଟିଭ କହି ହସ୍ପିଟାଲରେ ଭର୍ତି କରାଯାଉଥିବା ବେଳେ ପୁଣି କିଛି ଦିନ ପରେ ସେମାନଙ୍କୁ ହସ୍ପିଟାଲରୁ ଘରକୁ ଫେରେଇ ଦିଆଯାଉଛି । କିନ୍ତୁ ସେମାନଙ୍କୁ ନେଗେଟିଭ୍ ରିପୋର୍ଟ ପ୍ରଦାନ କରାଯାଉନାହିଁ । ଯାହା ଫଳରେ ଗୋଷ୍ଠୀ ସଂକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା କହିଛନ୍ତି । ଏଥିସହ କୋଭିଡ ହସ୍ପିଟାଲରେ ପ୍ରତ୍ୟକ ଦିନ ଅବ୍ୟବସ୍ଥାର ଭିଡିଓ ଭାଇରାଲ ହେଉଥିବା ବେଳେ ଆଇସିୟୁରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ