ଦାଦନ ଖଟିବାକୁ ଯାଇ ବାପ ନିଖୋଜ ଅସହାୟ ଅବସ୍ଥାରେ ପରିବାର

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ମା ଆର ପାରିକୁ ଚାଲିଯିବା ପରେ ପରିବାର ଚଳାଇବା ପାଇଁ ବାପା ଦାଦନ ଖଟିବାକୁ ୮ମାସ ହେଲା କଲିକତା ଯାଇଛନ୍ତି ଯେ ତାଙ୍କର କୌଣସି ଖୋଜଖବର ନାହିଁ । ଏପରି ଅବସ୍ଥାରେ ପାଞ୍ଚ ପରାଣି ଛୁଆ ଅସହାୟ ହୋଇପଡିଛନ୍ତି । ଖାଇବାକୁ ଦାନା ଗଣ୍ଡେ ନାହିଁଁ କି ଛୋଟ ଛୋଟ ଛୁଆଙ୍କୁ ଆହା ପଦେ କହିବାକୁ ଘରେ କେହି ନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ । ଗ୍ରାମର ହରିନାଥ ଜେନା ସ୍ତ୍ରୀକୁ ହରାଇବାପରେ ୫ଜଣ ଛୁଆଙ୍କୁ ନେଇ ହସଖୁସିରେ ଦିନ କାଟୁଥିଲେ । ପରଘରେ ମୁଲ ଲାଗି ଯାହା ପାଉଥିଲେ ସେଥିରେ ନିଜର ୪ଜଣ ଝିଅ ଓ ଗୋଟିଏ ପୁଅ ମୁହଁରେ ଦାନା ଗଣ୍ଡିଏ ଦେଇ ପାରୁଥିଲେ । କିନ୍ତୁ ପାଖ ଗାଁର ଜଣେ ଶ୍ରମିକ ଦଲାଲ ଆସି ତାଙ୍କୁ ଅଧିକ ମଜୁରୀର ପ୍ରଲୋଭନ ଦେଖାଇ କାମ କରିବାକୁ ସୁଦୁର କଲିକତାକୁ ଡାକି ନେଇଗଲା । ଆଜକୁ ୮ମାସ ହେଲା ସେ ଘର ଛାଡିôତଲେବି ଆଜି ପର୍ଯ୍ୟନ୍ତ ଟଙ୍କାଟିଏବି ଘରକୁ ପଠାଇ ନାହାନ୍ତି । ଏବେ ଛୁଆମାନେ ବାପକୁ ଖୋଜିବା ବେଳକୁ ତାଙ୍କର କିଛି ସନ୍ଧାନ ମିଳୁନି । ଛୁଆମାନେ ଘରୁ ଡାକ ିନେଇଥିବା ଦଲାଲଙ୍କୁ ପଚାରିବାରେ ସେମାନେ ତୁମ ବାପା ଘରକୁ କହି ଯାଇଛନ୍ତି, ତେଣୁ ଆମେ କିଛି କହିପାରିବୁ ନାହିଁ ବୋଲି କହୁଥିବା ଝିଅମାନେ ଅଭିଯୋଗ କରିଛନ୍ତି । ଘରେ ମୁଣ୍ଡ ଗୁଞ୍ଜିବାକୁ ଯାଗା ନାହିଁ । ଏବେ ଘରେ ବଡ ଝିଅ ପ୍ରଣତୀ ଯେନା (୨୨ବର୍ଷ), ମାମିନା ଯେନା (୨୦), ବିଣାପାଣି ଯେନା (୧୮), ରୁପା ଯେନା (୧୬) ଓ ପୁଅ ବିଭୁଷଣ ଯେନା(୧୩) ପ୍ରମୁଖ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଘରେ କିଛି ବି ନାହିଁ ଚଳିବାକୁ । ପଞ୍ଚାୟତରୁ ୨୦କିଲୋ ରାସନ ଚାଉଳହିଁ ସେମାନଙ୍କ ପାଇଁ ସାହା ଭରଷା । ଚାରିଝିଅ ଯାକ ପାଠସାଠ ଛାଡି ଦେଇଥିବାବେଳେ ପୁଅ ବିଭୁଷଣ ଏବେ ଅଷ୍ଟମ ଶ୍ରେଣୀର ଛାତ୍ର । ରୋଜଗାର କରିବାର ବାଟ କିଛି ନଥିବାରୁ ଏବେ ଚାରିଝିଅ ଓ ପୁଅ ବାପାଙ୍କୁ ଝୁରି ଝୁରି ଆଖିରୁ ଲୁହ ଗଡାଉଛନ୍ତି । ତାଙ୍କ ବାପାଙ୍କୁ କଲିକତାରୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ଛୁଆମାନେ ପ୍ରଶାସନକୁ ନିବେଦନ କରିଥିବାବେଳେ ଛୁଆ ମାନଙ୍କ ଜୀବନ ବଞ୍ଚିବାପାଇଁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଉର୍ମିଳା ଯେନା, ରଙ୍ଗ ଯେନା, ଅଶାନ୍ତି ଯେନା, କଣ୍ଢେଇ ଯେନା,ଲକ୍ଷ୍ମୀଧର ଯେନା, ବିକାଶ ଯେନା, କିର୍ତ୍ତନ ଯେନା ପ୍ରମୁଖ ପଡୋଶୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ