ସଟ୍ଡାଉନ୍ କୁ କଡାକଡି କଲା ଜଟାଧାରୀ ମେରାଇନ୍ ପୋଲିସ
ପାରାଦ୍ୱୀପ, (ପିତବାସ ପ୍ରଧାନ):ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ସୁରଖିତ ରଖିବା ପାଇଁ ସରକାର ନାନାବିଧ ପଦଖେପ ମାନ ନେଉଛନ୍ତି, ତଦନୁଯାୟୀ ସଟ୍ ଡାଉନ୍ରେ ବାହାରକୁ ନ ବାହାରିବା ଉପରେ କଟକଣା ଲାଗୁକରାଯାଇଛି, ପାରାଦ୍ୱୀପ ସମୁଦ୍ର କୂଳ କୁ ରବିଦାର ଦିନ ବହୁ ଅମାନିଆ ଙ୍କୁ ଆସୁଥିବା ଦେଖିବାକୁ ମିଳିଥିଲା , ଜଟାଧାରୀ ମେରାଇନ୍ ଅଧିକାରୀ ଭରତ ଚନ୍ଦ୍ର ବେହେରା, ଏଏସଆଇ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସଦଳବଳେ ରବିବାର ଅପରାହ୍ନରେ ମେରାଇନ୍ ଡ୍ରାଇଭ୍ ରୋଡ୍ ରେ ଉପସ୍ଥିତ ରହି ଅମାନିଆଙ୍କୁ ଘରକୁ ଫେରାଇ ଦେଇଥିଲେ ।


