ନବବଧୁକୁ ଯୈାତୁକ ଜନିତ ହତ୍ୟା  ଅଭିଯୋଗ

ନବରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ବାଙ୍କ ସଗଡି ଗ୍ରାମରେ ଯୈାତୁକ ଲୋଭରେ ଜଣେ ନବବଧୁକୁ ନିର୍ଯ୍ୟାତନା ଦେଇ ହତ୍ୟା  କରାଯାଇଥିବା  ଅଭିଯୋଗ ହୋଇଛି ।  ମୃତ ନବବଧୁଙ୍କ ପରିଚୟ ନନ୍ଦାହାଣ୍ଡି ବ୍ଲକ ମଞ୍ଚଗାଁ ପଞ୍ଚାୟତର ବିରିଗଡା ମେନକା ସୈାରା ବୋଲି ଜଣାପଡିଛି । ପ୍ରକାଶ ଥାଉକି ମେନକା ସୈାରା (୨୦) ଓ ତୀର୍ଥ ସୈାରାଙ୍କୁ ୬ ମାସ  ତଳେ ଦୁର୍ହେ ଦୁହିଁଙ୍କୁ ଭଲପାଇ ପରିବାରର ସର୍ବସମ୍ମତି କ୍ରମେ ବୈଦିକ ରିତି ନୀତିରେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ପରିବାର ମଧ୍ୟରେ ପ୍ରତିଦିନ କଳହ ଲାଗିରହିଥିବାରୁ ସ୍ୱାମୀ ନିଜର ସ୍ତ୍ରୀକୁ ଝିଅର ବାପା ଘରେ ଛାଡିଦେଇ ସ୍ୱାମୀ ବିଦେଶ ଚାଲିଯାଇଥିଲେ ।  କିନ୍ତୁ ସାତ ଦିନ ତଳେ ପରିବାର ଲୋକଙ୍କୁ ବୁଝା ସୁଝା କରି ଝିଅକୁ ଶ୍ୱଶୁର ଘରେ ଛାଡି ଚାଲିଆସିଥିଲେ । କିନ୍ତୁ ଗତକାଲି ଝିଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଆସିଥିଲେ । ଝିଅର ଶବ ଦାଣ୍ଡରେ ପଡିରହିଥିବା ଦେଖି ଯୈାତୁକ ଜନିତ  ନିର୍ଯ୍ୟାତନା ଦେଇ  ଝିଅକୁ ହତ୍ୟା କରାଯାଇଥିବା ଝିଅ ପରିବାର ଲୋକେ ଶାଶୁ ଓ ଶ୍ୱଶୁର ,ନଣନ୍ଦଙ୍କ ନାମରେ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କର୍ିଛି । ଶବବେବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ  ଆସିବ ବୋଲି ପାପଡାହାଣ୍ଡି ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ