ବିଦ୍ୟାସାଗରଙ୍କ ୧୨୯ତମ ସ୍ମୃତିଦିବସ ପାଳନ
ନାଉଗାଁ, (ଓ୍ବାଇଏନ୍ଏସ୍) : ଭାରତୀୟ ନବଜାଗରଣର ପୁରୋଧା ମହାନ ମାନବତାବାଦୀ ଦାର୍ଶନିକ, ସମାଜ ସଂସ୍କାରକ ଓ ଶିକ୍ଷାବିତ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ୧୨୯ତମ ସ୍ମରଣ ଦିବସ କଂଟୁଣିଆହାଟ ଠାରେ ପାଳିତ ହୋଇଯାଇଛି । ପାଳନ କମିଟିର ଆବାହକ ରଘୁନାଥ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହେଶ୍ୱର ଦାସ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଦସ୍ୟ ସୁବାସ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଦ୍ୟାସାଗରଙ୍କ ଜୀବନର ବିଭିନ୍ନ କାର୍ଯ୍ୟ ସଂର୍ପଜରେ ଆଲୋଚନା କରିଥିଲେ । ତାଙ୍କ ସହିତ ନାଉଗାଁ ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି ନବକିଶୋର ମହାନ୍ତି, ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ବାଲିକୁଦା ବ୍ଲକ କମିଟି ସଂପାଦକ ଆର୍ତ ଦାସ, ସଂଗ୍ରାମପୁର ଚାଷୀ ସଂଗଠକ ପରି କିଶୋର ଓଝା, ଜାମୁଗାଁ ପଂଚାୟତ ଚାଷୀ ସଂଗଠକ ଅଜିତ କାଣ୍ଡି, ଯୁବ ଆଇନଜିବୀ ପ୍ରସନ୍ନ କୁମାର ମହାପାତ୍ର, ଅମରେଶ୍ୱର ଭୋଇ, କାଳନ୍ଦୀ ସେଠୀ ପ୍ରମୁଖ ବିଦ୍ୟାସାଗରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ମହାମାନବ ଜୀବନ ସଂଗ୍ରାମରୁ ଉଦ୍ଧୃତି ଆଲୋଚନା କରିଥିଲେ ।