ଯାଜପୁର ରେ ଉତ୍ତେଜନା
ଯାଜପୁର ରେ ରାସ୍ତା କଡରେ ଗୋ ମାଂସ ପକାଇବାକୁ ନେଇ ଉତ୍ତେଜନା। ଗାନ୍ଧିଛକ ନିକଟସ୍ଥ ରିଂ ରୋଡ଼ କଡେ କଡେ ଆଜି ସକାଳୁ ବସ୍ତାରେ ଭର୍ତ୍ତି ହୋଇ ଗୋ ମାଂସ ପଡିଥିବା ଦେଖିବାକୁ ମିଳିଥିଲା।ଯାହାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଏସ ପି ଚରଣ ସିଂ ମିନା ଓ ଉପ ଜିଲ୍ଲାପାଳ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ରାସ୍ତାକଡ଼ ରେ ଗୋ ମାଂସ ପକାଇବାକୁ ନେଇ ଯାଜପୁର ରେ ଉତ୍ତେଜନା।ସହରର ଗାନ୍ଧୀ ଛକ ନିକଟସ୍ଥ ରିଂ ରୋଡ଼ କଡେ କଡେ ବସ୍ତାରେ ଗୋ ମାଂସ ଭର୍ତି ହୋଇ ପଡ଼ିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସ୍ଥାନ ଟି ବୈତରଣୀ ନଦୀ କୂଳରେ ହୋଇଥିବାରୁ ନଦୀ ପ୍ରଦୂଷିତ ହେବାର ଆଶଙ୍କା ଦେଖାଦେଇଛି।ଏଥିପାଇଁ ସହରରେ ଥିବା କଂସେଇ ଖାନା କୁ ବନ୍ଦ କରିବାକୁ ଦାବି କରି ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ।ସହରରେ କଂସେଇ ଖାନା ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। କଂସେଇ ଖାନା ଯୋଗୁଁ ଚାରିଆଡେ ପୁତି ଗଂଧମୟ ପରିବେଶ ସୃଷ୍ଟି ହୋଇଛି। ଉତ୍ତେଜନା ଖବର ପାଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଏସ ପି ଚରଣ ସିଂ ମିନା ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଦୋଷୀଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ପ୍ରତିଶ୍ରୁତି ଦେଇଥିଲେ।ଏସ ପି ଙ୍କ ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ଏବଂ ଚାପା ଉତ୍ତେଜନା ଲାଗି ରହିଥିବାରୁ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।


