ଏସଏମଆଇଟି ପକ୍ଷରୁ ସ୍ୱାଧିନତା ଦିବସ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଓଡିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ଏମ.ଆଇ.ଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ପକ୍ଷରୁ ହିଲପାଟଣାସ୍ଥିତ ଏସଏମଆଇଟି କପଜେ୍ଞାରେଟ କାର୍ଯ୍ୟାଳୟଠାରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସଏମଆଇଟିର ସଭାପତି ଡଃ. ଭଗବାନ ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ । ଏହା ସହ ଦେଶକୁ ସ୍ୱାଧୀନ କରିବାପାଇଁ ମହାମନୀଷଙ୍କ ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନଙ୍କୁ ଦେଶସେବା ପ୍ରତି ଅନୁପ୍ରାଣିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ ବୃନ୍ଦାବନ ନାୟକ , ରାମଚନ୍ଦ୍ର ପାତ୍ର, ଶ୍ରୀ ସନ୍ନତ ପଣ୍ଡା, ହରିଶ ଚନ୍ଦ୍ର ବେହେରା ,ଅନୀଲ କୁମାର ତ୍ରୀପାଠୀ, ଶ୍ରୀମତି ଶ୍ରଦ୍ଧାଞ୍ଜଳୀ ଦାସ ଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ ।


