ସୋସୋ ଅଞ୍ଚଳରେ ଧର୍ମାନ୍ତିକରଣ ଓ ଗୋ-ହତ୍ୟା ବନ୍ଦ ପାଇଁ ଥାନାରେ ଅଭିଯୋଗ
ହାଟଡିହି (ଓ୍ବାଇଏନ୍ଏସ୍) : ସୋସୋ ଥାନା ହଦଗଡ ପଞ୍ଚାୟତର ହରଡବାଡି ଗ୍ରାମରେ କିଛି ଲୋକ ବିଗତ କିଛିଦିନ ଧରି ଭୟ ଓ ପ୍ରଲୋଭନର ଶୀକାର ହୋଇ ଅବୈଧ ଭାବେ ଖ୍ରୀଷ୍ଟଧର୍ମକୁ ପରିବତ୍ତିତ ହୋଇଛନ୍ତି । ଏବଂ ଏଠାକୁ ବିଭିନ୍ନ ସମୟରେ ବାହାରୁ ପାଦ୍ରୀ ତଥା ଅନ୍ୟ ଧର୍ମାଧିକାରୀ ମାନେ ଆସୁଛନ୍ତି । ଅବୈଧ ଭାବେ ଧର୍ମାନ୍ତରିତ ହୋଇଥିବା ଏହି ଲୋକମାନେ ନିକଟରେ ଏକ ଚର୍ଚ୍ଚ କରି ପ୍ରତି ସପ୍ତାହରେ ଦୁଇରୁ ତିନିଥର ଗୋରୁହତ୍ୟା କରି ତାହାର ମାଂସକୁ ବାହାରକୁ ଚାଲାଣ କରିବା ସହ ନିଜେ ଖାଉଛନ୍ତି । ଏଭଳି କାର୍ଯ୍ୟ ସେମାନେ କେବଳ ହିନ୍ଦୁ ଭାବନାକୁ ଆଘାତ ଦେବାସହ ହିଂସା ଭିଆଇବା ଉଦ୍ଦେଶ୍ୟରେ ଏପରି କରୁଛନ୍ତି । ଗତ ତିନିଦିନ ତଳେ ସେମାନେ ନିଜ ଗ୍ରାମ ହରଡବାଡିରେ ଗୋହତ୍ୟା କରି ଗୋମାସଂକୁ ଚାଲାଣ କରିଛନ୍ତି ବୋଲି ହାଟଡିହି ବଜରଙ୍ଗ ଦଳର ପ୍ରମୁଖ କର୍ମକର୍ତ୍ତା ଜଗନ୍ନାଥ ପୃଷ୍ଟି ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ସୋସୋ ଥାନା ଏସଆଇ ଗଗନ ନାୟକଙ୍କୁ ପଚାରିବାରେ ସେ ଅଭିଯୋଗ ପାଇଛନ୍ତି ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।


