କଳାହାଣ୍ଡି ସଟ ଡାଉନ
କଳାହାଣ୍ଡି ,(ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର କୁ ଆଜି ଓ କାଲି ଦୁଇଦିନ ଧରି ଜିଲ୍ଲା ପ୍ରଶାସନ ସଟ ଡାଉନ ଘୋଷଣା କରିଛନ୍ତି | ଦୁଇଦିନ ରେ ସହର ର ୧୨ ଗୋଟି ୱାର୍ଡ ରେ ୪୩ ଟିମ ଦ୍ୱାରା ୧୯,୬୫୬ ଜଣକୁ ଥର୍ମାଲ ସ୍କ୍ରୀନିଂ କରାଯିବ | ଏଥିପାଇଁ ୪ ଟି ସ୍ୱାବ ସଂଗ୍ରହ କେନ୍ଦ୍ର କରାଯାଇଛି, ଧର୍ମଗଡ଼ ଉପ ଜିଲ୍ଲାପାଳ ଦିବାକର ଟି. ଏସ ଙ୍କ ତତ୍ୱବଧାନ ରେ ସମସ୍ତ କାର୍ଯ୍ୟ ପରିଚାଳନା ହେବ ଏହି ସମୟ ମଧ୍ୟରେ ଜୁନାଗଡ ସହର ର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଅଫିସ ପ୍ରମୁଖ ବନ୍ଦ ରହିବ | କେବଳ ଜରୁରୀକାଳୀନ ସେବା କୁ ସଟ ଡାଉନ ରୁ ବାଦ ଦିଆଯାଇଛି |