ଜୀବନ ବିନ୍ଦୁ ୬ଷ୍ଠ ଦିନରେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିଶରରେ ଜିଲ୍ଲା ବିଜେଡି ପକ୍ଷରୁ ଜିବନ ବିନ୍ଦୁ ରକ୍ତ ଦାନ ଶିବୀର ୬ଷ୍ଠ ଦିନରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯନ୍ତ ଏହି ରକ୍ତ ଦାନ ଶିବୀର ଅନୁଷ୍ଠିତ ହେବ । ଆଜି ୬ଷ୍ଠ ଦିନରେ ମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ଏଥିରେ ୫ଜଣ ମହିଳା କର୍ମୀ ଓ ୬ଜଣ ପୁରୁଷ କର୍ମୀ ରକ୍ତ ଦାନ କରିଛନ୍ତି । ମହିଳା କର୍ମୀଙ୍କ ମଧ୍ୟରେ ପାରଳା ଯୁବରାଣୀ କଲ୍ୟାଣୀ ଗଜପତୀ ଓ ସନ୍ତୋଷିନୀ ନାୟକଙ୍କ ସହ ଅନ୍ୟ ୩ଜଣ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୁବ ସଭାପତି ଏସ.ଲିଙ୍ଗରାଜ,ନଗର ସଭାପତି ସୁର୍ଯ୍ୟନାରାୟଣ ରାଜଗୁରୁ,ବି ଜେ ଡି ନାରୀ ନେତ୍ରୀ ଇନ୍ଦିରା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।