ଦେବୀ ନଦୀରୁ ଅଚିହ୍ନା ଯୁବକର ଶବ ଉଦ୍ଧାର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଂଚାୟତର ନୟାସିଙ୍ଗଡାର ଦେବୀ ନଦୀରେ ଏକ ଅଜଣା ଯୁବକର ଶବ ଭାସୁଥିବାର ଆଜି ଦେଖାଯାଇଥିଲା । ସଂଧ୍ୟାରେ ଉକ୍ତ ନଦୀକୁ ମାଛ ଧରିବାକୁ ଯାଇଥିବା ମାଛ ଧରାଳିମାନେ ଉକ୍ତ ଶବଟିକୁ ଦେଖି ନାଉଗାଁ ଥାନାକୁ ଖବର ଦେଇଥିଲେ । ଥାନା ପକ୍ଷରୁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର,ଏସଆଇ ପ୍ରତାପ ଦାଶ ଓ ଅନ୍ୟ କର୍ମଚାରୀମାନେ ଘଟଣା ପହଁଥିଲେ । ନଦୀ ଭିତରେ ଶବ ଭାସୁଥିବାରୁ ଥାନାଧିକାରୀ ନାଉଗାଁ ଅଗ୍ନିଶମ ବିଭାଗ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଶବକୁ ଉଠାଇବା ବେଳକୁ ଶରୀରରୁ ମାଂସ ପିଣ୍ଡୁଳା ଖସି ଥିଲା । ଯାହାଫଳରେ ସେମାନେ ଶବକୁ ଉଠାଇ ନଥିଲେ । ଖବର ଲେଖା ହେଲା ବେଳକୁ ଶବଟି ନଦୀ କୁଳରେ ଭାସୁଥିବା ବେଳେ ପୋଲିସ ଜଗି ରହିଛି । ଭାସୁଥିବା ଯୁବକର ବୟସ ଆନୁମାନିକ ୩୫ ବର୍ଷ ହେବ ବୋଲି ଜଣାଯାଇଛି । ସେ ଏକ ନୀଳ ରଙ୍ଗର ଗଂଜି ଓ ହାପ ପ୍ୟାଂଟ ପିନ୍ଧିଛି । ଶବଟିରୁ ଦୁର୍ଗନ୍ଧ ବାହାରୁ ଥିବା ବେଳେ ମୁହଁ ଛେତେରା ହୋଇଯାଇଥିବା ବେଳେ ନାକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ