ନିଉଦାନୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହାଟଡ଼ିହି
(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ନିଉଦାନୀ ଶିଶୁମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ମରଚାଇପଦା ସ୍ଥିତ ଜନାର୍ଦ୍ଦନ ରାଉତଙ୍କ ରାଧାବଲ୍ଲବ ଆଶ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁମନ୍ଦିରର ସଭାପତି ନିରଞ୍ଜନ ରାଉତ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥୀ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ରାଉତ, ବଉଳା କଲେଜର ଅଧ୍ୟାପକ ଫକିର ଚରଣ ଶଙ୍ଖୁଆ, ମୁଖ୍ୟବକ୍ତା ଭାବେ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡା, ସମ୍ପାଦକ ଅକ୍ଷୟ କୁମାର ବଳ, ନାରାୟଣ ମହାରଣା, ଅନାଦି ଚରଣ ବିନ୍ଧାଣୀ, ନୃସିହଂ ଚରଣ ବଳ, ରାଧାଶ୍ୟାମ ଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୃଷ୍ଣବେଶ ପ୍ରତିଯୋଗୀତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦୟନାଥ ପାତ୍ର, ଜନ୍ମେଜୟ ବଳ, ବିକାଶ କୁମାର ବଳ, ମୋହନ ଚରଣ ହାତୀ, ରାଧାଶ୍ୟାମ ମଲ୍ଲିକ, ନୃଷିହଂ ଚରଣ ବଳ, ରମଣୀ ରଞ୍ଜନ ରାଉତଙ୍କ ସମେତ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ରାଧାବହ୍ଲବ ଆଶ୍ରମରେ ଜନ୍ମାଷ୍ଟମୀ ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ସହ ଭଜନ କିର୍ତ୍ତନ ହୋଇଥିଲା । ଏଥିରେ ଶିଶୁମନ୍ଦିର ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ଅଭିଭାବକ ଅଭିଭାବିକା ମାନେ ଯୋଗଦେଇଥିଲେ ।\n


