ଘଟଗାଁ ତହସିଲ୍‌ଦାରଙ୍କ ଦ୍ୱାରା ବାଲି ବୋଝେଇ ଟ୍ରାକ୍ଟର ଜବତ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ୍‌ଦାର ଆଜି ସକାଳୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଥିବା ଦେଖାଯାଇଛି । ଖବର ଅନୁସାରେ ଆଜି ସକାଳ ପାଖାପାଖି ୯ଘଟିକା ସମୟରେ ଏକ ଟ୍ରାକ୍ଟର ଘଟଗାଁ ବ୍ଲକ୍ ଅଧିନସ୍ଥ ବାଣେଶ୍ୱର ମନ୍ଦିର ନିକଟସ୍ଥ କୁକୁରକଟା ନଦୀରୁ ଏକ ଟ୍ରାକ୍ଟର ଖୁଲମ୍‌ଖୁଲା ବାଲି ଚୋରା ଚାଲାଣ କରୁଥିବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖି ସଙ୍ଗେ ସଙ୍ଗେ ଘଟଗାଁ ତହସିଲ୍‌ଦାରଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ତହସିଲ୍‌ଦାର ଶ୍ରୀଯୁକ୍ତ ଜନକ କୁମାର ନାଏକ ଘଟଗାଁ ସ୍ଥଳରେ ପହଂଚି ଟ୍ରାକ୍ଟର୍‌କୁ ଜବଦ କରିବା ସହିତ ତହସିଲ୍‌ରେ ଅଟକ ରଖିଥିବା ଦେଖାଯାଇଛି । ଅନ୍ୟପକ୍ଷରେ ଟ୍ରାକ୍ଟରର ନମ୍ବରିଂ ହୋଇନଥିବା ଯୋଗୁଁ ଟ୍ରାକ୍ଟର ମାଲିକଙ୍କ ପରିଚୟ ଜଣାପଡିନାହିଁ । ତେବେ ଶ୍ରୀଯୁକ୍ତ ନାଏକଙ୍କ କହିବା ଅନୁସାରେ ଟ୍ରାକ୍ଟର ମାଲିକ ଆସିବା ପରେ ପାଖାପାଖି ୧୫ ରୁ ୨୦ ହଜାର ଟଙ୍କା ଫାଇନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ