ଗୋବର୍ଦ୍ଧନପୁର-ଟିପିରି ପାଇକା ସେତୁ କାର୍ଯ୍ୟ ଆରମ୍ଭ କରିବାକୁ ଦାବୀ

ପାରାଦୀପ, (ଯୁଗାବ୍ଦ ନ୍ୟୁଜ) : ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଟକ-ପାରାଦ୍ୱୀପ ପାଶ୍ୱର୍ ରାହାମା ବଜାର ନିକଟ ପାଇକ ଦ୍ୱୀପାଞ୍ଚଳ ଜନସାଧାରଣଙ୍କ ସହ କେନ୍ଦ୍ରାପଡା ଜିଲାକୁ ସଡକ ମାର୍ଗରେ ସିଧାସଳଖ ଯୋଡିବା ପାଇଁ ୫ବର୍ଷ ପାଇକା ନଦୀରେ ଗୋବର୍ଦ୍ଧନପୁର-ଟିପିରି ସେତୁ ନିର୍ମାଣ ପାଇଁ ତକ୍ରାଳୀନ ସମବାୟ ମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଡ. ଦାମୋଦର ରାଉତ ଶିଳାନ୍ୟାସ କରିଥିଲେ । ମହାନଦୀରେ ରାହାମା-ଖୋସଲପୁର ସେତୁ ନିର୍ମାଣ ଦୁଇ ବର୍ଷ ହେଲା କାର୍ଯ୍ୟ ଶେଷ ହୋଇ ଜନସାଧାରଣ ଯାତାୟତ କରୁଛନ୍ତି । କିନ୍ତୁ ପାଇକା ନଦୀରେ ଗୋବର୍ଦ୍ଧନପୁର-ଟିପିରି ସେତୁ ଶିଳାନ୍ୟାସ କୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେତୁ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ସ୍ଥାନୀୟ ମହାନଦୀ-ପାଇକା ଦ୍ୱୀପାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏହି ସେତୁ ନିର୍ମାଣ ହେଲେ ଜଗତସିଂହପୁର ଜିଲା ଓ କେନ୍ଦ୍ରାପଡା ଜିଲା ସହିତ ପୁରୀ ଠାରୁ ଚାନ୍ଦବାଲି ଏପରିକି କଲିକତା ପର୍ଯ୍ୟନ୍ତ ଗମନାଗମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇ ପାରିବ । ଏଥିସହିତ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାର ଅଧିବାସୀ ମାନେ ମଧ୍ୟ ଗମନା ଗମନ କ୍ଷେତ୍ରରେ ଜଗତସିଂହପୁର ଓ କେନ୍ଦ୍ରାପଡାକୁ ଯାତାୟତ କରିବାରେ ସୁବିଧା ପାଇ ପାରିବେ । ତୁରନ୍ତ ଉକ୍ତ ସେତୁର ଟେଣ୍ଡର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଅଞ୍ଚଳ ଅଧିବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଲିଖିତ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ