ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯୁବକଙ୍କୁ ଫାଶୀ ଦଣ୍ଡାଦେଶ
ବାରିପଦା , ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣୀ କରି ବାରିପଦା ପୋସ୍କୋ କୋର୍ଟ ବୁଧବାର ଜଣେ ଯୁବକଙ୍କୁ ଫାଶୀ ଦଣ୍ଡା ଦେଶ ଶୁଣାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଗରୁଡବସି ଅଂଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ଯାମିନ ମହାନ୍ତିଙ୍କ ପାଇଁ ଫାଶୀ ଦଣ୍ଡ ଶୁଣାଇଛନ୍ତି ।ମିଳିଥିବା ଖବର ଅନୁସାରେ ଗତ ୨୦୧୮ ମସିହା ରଜଦୋଳି ସମୟରେ ଯୁବକ ଜଣକ ନାବାଳିକା ଜଣକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରବା ସହ ପଥରରେ ଛେଚି ନାବାଳିକାଙ୍କୁ ହତ୍ୟା କରିଛନ୍ତି । ନାବାଳିକା ପରିବାର ସାମ୍ନାରେ ବାରିପଦା ପୋସ୍କୋ କୋର୍ଟ ବିଚାରପତି ବୁଧବାର ଯୁବକଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଆଦିବାସୀ ନାବାଳିକା ପରିବାରଙ୍କୁ ଦୀର୍ଘ ୧ ବର୍ଷ ୨ ମାସ ୧୪ ଦିନ ପରେ ନ୍ୟାୟ ମିଳିଛି ।