ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ
ନାଉଗାଁ,(ଓ୍ବାଇଏନ୍ଏସ୍):ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ଜଣାଇବା ପରେ ବିଭିନ୍ନ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ବିଜୁ ଛାତ୍ର ଜନତା ଦଳ ତରଫରୁ ସାଧୁ ଗୋସ୍ୱାମୀ ପୀଠରେ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ସମୂହ ଦୀପଦାନ କରାଯାଇଛି । ଛାତ୍ର ନେତା ଆଲୋକ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୃଥିରାଜ ମହାନ୍ତି, ସୂର୍ଯ୍ୟନାରୟଣ ମହାନ୍ତି, ସୁଧିର ଦାସ, ଦିବ୍ୟରଂଜନ ନାୟକ, ସରୋଜ ସାହୁ, ରାହୁଲ ଜେନା, ସରୋଜ ଦାସ, ରଶ୍ମୀରଂଜନ ମହାନ୍ତି, ଜୀବନ ନାୟକ, ଅଭିଷେକ ମହାନ୍ତି, ସମାଜସେବୀ ପପିନ୍ଦ୍ର ଲେଙ୍କା ଓ ସ୍ୱରାଜ ପରିଜା ପ୍ରମୂଖ ଉପସ୍ଥିତ ରହି ଦୀପଦାନ କରିଥିଲେ । ସେହିପରି ଅଲଣା ପଂଚାୟତର ସଠଳପୁରରେ ଥିବା ଭୈରବ ପୀଠରେ ଅଲଣା ପଂଚାୟତ ବିଜେଡି ସଭାପତି ବିଜୟ ପରିଡା, ଯୁବ ସଭାପତି ସଂଜୟ ନାୟକ, ସମିତି ସଭ୍ୟ ମନ୍ମଥ ଓଝା, ଆଇନଜୀବି ଗୌରୀଶଙ୍କର ସେଠୀ, ସମାଜସେବୀ ଅଶୋଖ ସାମଲ, ବିଶ୍ୱମ୍ବର ଶତପଥୀ, କୈଳାସ ଦାସ,ପ୍ରକାଶ ସ୍ୱାମୀ, ରସାନନ୍ଦ ପରିଡା, ରଧାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ହୋଇ ଦୀପଦାନ କରିଥିଲେ ।