ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ ବିବାହ କରିବାର ରହସ୍ୟ

କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ । ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ । ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ । କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ ରିଦ୍ଧି, ସିଦ୍ଧିଙ୍କ ସହ ବିବାହ ହେଲା । ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ସମ୍ପର୍କିତ କିଛି ବିଶେଷ କଥା ।ଗଣେଶ ନିଜ ଶରୀରକୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ । ହାତୀ ପରି ମୁହଁ ଏବଂ ବଡ଼ ପେଟ ଯୋଗୁ ଗଣେଶଙ୍କୁ କିଏ ବିବାହ କରିବ ବୋଲି ଭାବୁଥିଲେ । ତାଙ୍କ ବିବାହ ଯଦି ନ ହେବ ତେବେ ସେ କାହାର ବିବାହ କରାଇଦେବେ ନାହିଁ ବୋଲି ସଂକଳ୍ପ ନେଇଥିଲେ । ସେଥିପାଇଁ ଯେଉଁ ଦେବତାଙ୍କ ବିବାହ ହେଉଥିଲା ସେଠାକୁ ଯାଇ ବିଘ୍ନ ଘଟାଉଥିଲେ । ଗଣେଶଙ୍କ ଏପରି ବ୍ୟବହାରରେ ଅନ୍ୟ ଦେବତାମାନେ ଚିନ୍ତାରେ ପଡ଼ିଗଲେ । ସେମାନେ ବୁଝିପାରିଲେନି ଯେ, କ’ଣ କରିବାକୁ ପଡ଼ିବ । ଦେବତାମାନେ ବ୍ରହ୍ମାଙ୍କ ନିକଟକୁ ଯାଇ ଏ ସମସ୍ତ କଥା କହିଥିଲେ । ଏହା ପରେ ବ୍ରହ୍ମା ନିଜର ମାନସ କନ୍ୟା ରିଦ୍ଧି ଏବଂ ସିଦ୍ଧିଙ୍କୁ ନେଇ ଗଣେଶଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କୁ ପଢ଼ାଇବା ପାଇଁ କହିଥିଲେ । ଯେତେବେଳେ ଗଣେଶଙ୍କ ନିକଟକୁ ବିବାହ ଖବର ଆସୁଥିଲା, ରିଦ୍ଧି ସିଦ୍ଧି ତାଙ୍କ ଧ୍ୟାନ ଅନ୍ୟ କେଉଁ ଆଡ଼େ ଲଗାଇ ଦେଉଥିଲେ । ଦିନେ ଗଣେଶ ଜାଣିବାକୁ ପାଇଲେ ବିନା ବାଧାରେ ଦେବତାଙ୍କ ବିବାହ ଖୁବ୍ ଭଲରେ ସମ୍ପନ୍ନ ହୋଇଯାଉଛି । ଏଥିରେ ସେ ରାଗି ଯାଇଥିଲେ । ଏହା ଜାଣି ବ୍ରହ୍ମା ଗଣେଶଙ୍କ ନିକଟକୁ ଆସି ରିଦ୍ଧି, ସିଦ୍ଧିଙ୍କ ବିବାହ ପ୍ରସ୍ତାବ ତାଙ୍କୁ ଦେଇଥିଲେ । ଗଣେଶ ଖୁସିରେ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ଶେଷରେ ଗଣେଶଙ୍କ ସହିତ ରିଦ୍ଧି ସିଦ୍ଧିଙ୍କ ବିବାହ ଖୁବ୍ ଧୂମ୍ଧାମ୍ରେ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ