ଗଞ୍ଜାମ ନଲେଜ ହବ ମଧ୍ୟରେ ବକ୍ତୃତା ମାଳା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତରେ କାର୍ଯ୍ୟ ନିର୍ବାହୀପନ୍ଥା ବାଛିବା ନିମନ୍ତେ ଗଞ୍ଜାମ ନଲେଜ ହବ ମଧ୍ୟରେ ଏକ ବକ୍ତୃତା ମାଳା ପ୍ରସ୍ତୁତି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ସାରା ଦେଶରେ ବିଭିନ୍ନ ସଫଳତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଆଣି ସେମାନଙ୍କ ଉପଦେଶାତ୍ମକ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର କ୍ୟାରିଅର ବାଛିବାକୁ ପଥ ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବର ବିଷୟବସ୍ତୁ ଥିଲା “ସିଭିଲ ସର୍ଭିସ ଏକ କ୍ୟାରିଅରର ପଥ”ା ଏହି କାର୍ଯକ୍ରମରେ ଗଞ୍ଜାମ ଏସିପ ବ୍ରିଜେଶ ରାଏ, ବ୍ରହ୍ମପୁର ଉପଜିଲ୍ଲାପାଳ ସିଧେ ଦତ୍ତାତ୍ରୟ ଭାଉ ସାହେବ, ଇଂ. ସିଦ୍ଧର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପ୍ରଶାସନର ଏହା ଏକ ବିଶେଷ କାର୍ଯ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବିଭିନ୍ନ ସଫଳ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇବା ସହ ସେମାନଙ୍କର ଅନୂଭୁତି ଓ ସେମାନେ କରିଥିବା ଚମକପ୍ରଦ କାର୍ଯ୍ୟର ସୁଚନା ପାଇପାରିବେ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଠନ ହୋଇପାରିବ । ଏହି କାଯ୍ୟକ୍ରମ ପ୍ରତି ମାସ ରେ ଡିଆରଡିଏ ଠାରେ ଚାଲିବ l


