କନ୍ଧମାଳ ଜିଲ୍ଲାରେ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତରଙ୍କୁ ମିଶାଇ ୬ କରୋନା ଯୋଦ୍ଧାଙ୍କ ସମେତ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିବା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୦୧୭ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୪୬୭ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧା ଏସଆଇ ସୁବାସ ସାହୁଙ୍କୁ ମିଶାଇ ମୋଟ ୧୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଥିବାବେଳେ ଆଉ ୫୩୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୬୨ ଜଣ ପୁରୁଷ ରହିଥିବାବେଳେ ଆଉ ୩୩ ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀର ୧୮ ଜଣ ଥିବାବେଳେ ବାଲିଗୁଡାରେ ୮,ଘୁ.ଉଦୟଗିରି ଅଂଚଳର ୮ ଜଣ,କ.ନୁଆଗାଁର ୮ ଜଣ,ଚକାପାଦର ୮ ଜଣ,ଖଜୁରିପଡାର ୫ ଜଣ,ଦାରିଙ୍ଗବାଡିର ୧୮ ଜଣ,ତୁମୁଡିବନ୍ଧର ୨ ଜଣ,ରାଇକିଆର ୧୧ ଜଣ,ଫିରିଙ୍ଗିଆ ଅଂଚଳର ଜଣେ,ଟିକାବାଲିରେ ୪ ଜଣ, ଏବଂ ଅନ୍ୟନ୍ୟ ଅଂଚଳରେ ଚିହ୍ନଟ ହୋଇଥିବା ଆଉ ୩ ଜଣ ରହିଥିବା କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି । ତେବେ ଲୋକଙ୍କୁ ଅତି ଅବଶ୍ୟକ ନହେଲେ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ଲଗାଇବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ