କଲେଜ ଛାତ୍ରୀର ଆତ୍ମହତ୍ୟା

ପାରାଦୀପ, (ଯୁଗାଦ୍ଦ ନ୍ୟୁଜ) ପାରାଦୀପ ନିର୍ବାଚନ ମଣ୍ଡଳି କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଂଚାୟତର ରାଣୀପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରାଣୀପଡା ଗ୍ରାମର କ୍ଷୀରୋଦ ସ୍ୱାଇଁଙ୍କ ଝିଅ ତଥା କୁଜଙ୍ଗ ମହାବିଦ୍ୟାଳୟର ଯୁକ୍ତତିନି ଶେଷବର୍ଷର ଛାତ୍ରୀ ପ୍ରିୟତମା ସ୍ୱାଇଁ ରବିବାର ନିିଜଘରେ ପଙ୍ଖାରେ ନିଜର ଓନି ସହାୟତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଘଟଣାରୁ ପ୍ରକାଶ ଯେ ଦିନ ଚାରିଟା ସମୟରେ କ୍ଷୀରୋଦ ସ୍ୱାଇଁଙ୍କ ପତ୍ନୀ ଝିଅ ପ୍ରିୟତମାକୁ କବାଟ ବାଡେଇ ଡାକିବାରୁ ଝିଅ କବାଟ ନଖୋଲିବାରୁ ତାଙ୍କ ସ୍ୱାମୀ ତଥା ଝିଅର ବାପାକୁ ଡାକି ଘର ପଛପଟ ଝରକା ତାଡି ଦେଖିଲେ ଯେ ଝିଅ ତାଙ୍କର ଓନି ଲଗାଇ ପଙ୍ଖାରେ ଝୁଲି ରହିଛି । ଏଣୁ ଝିଅର ବାପା ଓ ଗ୍ରାମବାସୀ ଓନି କାଟି ଝିଅକୁ କୁଜଙ୍ଗ ମେଡିକାଲ୍କୁ ନେଇଆସିଥିଲେ । ଡାକ୍ତର ପ୍ରିୟତମାକୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ କି, ପୋଲିସ୍ର ବିନା ସୂଚନାରେ ଝିଅ ବେକରୁ ରଶି କାଟି ଝିଅକୁ ମେଡିକାଲ୍କୁ ଆଣିବା ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେବାରେ ଲାଗିଛି । ଏହା ହତ୍ୟା କି ଆତ୍ମହତ୍ୟା ତାହା ପୋଲିସ୍ର ତଦନ୍ତ ପରେ ସବୁ କିଛି ଜଣା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ଘଟଣା ସମ୍ପର୍କରେ ଝିଅର ବାପା ପାଟପୁର ସାହାଣୀ ପାଟଣାର ପ୍ରେମାନନ୍ଦ ସାହାଣୀ (ପମା)ଙ୍କ ପୁଅ ମେଘା ସାହାଣୀଙ୍କୁ ଏଥି ପାଇଁ ଦାୟୀ କରୁଥିବା ପ୍ରକାଶ କରିଛନ୍ତି । କାରଣ ଆଠ ଦିନ ତଳେ ପମା ସାହାଣୀଙ୍କ ପୁଅ ମେଘା ସାହାଣୀ ତାଙ୍କ ଝିଅ ପ୍ରିୟତମା କଲେଜରୁ ୪ ଟା ସମୟରେ ଫେରୁଥିବାବେଳେ ତାଙ୍କୁ ନିରୋଳାରେ ପାଇ ଟଣାଓଟରା କରିବା ସହିତ ରେଫ୍ କରିଥିଲା ବୋଲି ଲିଖିତ ଏତଲା କୁଜଙ୍ଗ ଥାନାରେ କରିଥିଲେ । ଏତଲାକୁ ଗ୍ରହଣ କରି କୁଜଙ୍ଗ ଥାନା ଅଧିକାରୀ ଉକ୍ତ ଯୁବକ ମେଘା ସାହାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେ ଏବେ ମଧ୍ୟ ଜେଲ୍ରେ ଅଛି । ଏଣୁ ଉକ୍ତ ଘଟଣାକୁ ନେଇ ମୋ ଝିଅ ଲୋକ ଲଜ୍ଜାରେ ଆତ୍ମହତ୍ୟା କରିଛି ବୋଲି ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ