ପି.ଡି ଓ ବିଡିଓଙ୍କ ପି.ଏମ୍‌.ଏ.ୱାଇ ନିର୍ମାଣ କାର୍ଯ୍ୟ ତଦାରଖ

ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିେର୍ଦ୍ଦେଶକ ମଧୁସୂଦନ ଦାଶ ଓ ବନ୍ତ ବିଡିଓ ରେବେକା ବିଲୁଙ୍ଗ ଆଜି ବନ୍ତ ବ୍ଲକ ଅନ୍ତର୍ଗତ କାଦବରାଙ୍ଗ ଓ ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ପୃଥକ ପୃଥକ ଭାବେ ତଦାରଖ କରିଥିଲେ । କାଦବରାଙ୍ଗ ପଞ୍ଚାୟତର ନୂତନ ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ପି.ଡି ଓ ବିଡିଓ ପିଇଓ ନିଶାକର ଖୁଣ୍ଟିଆଙ୍କ ସହିତ ପରିଦର୍ଶନ କରିଥିଲେ । ପରେ କାଦବରାଙ୍ଗ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପିଡି ପିଇଓଙ୍କ ସହିତ ପି.ଏମ୍‌.ଏ.ୱାଇ ହିତାଧିକାରୀଙ୍କ ଘରକୁ ଘର ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେହିପରି ବିଡିଓ ବଡବର୍ଚ୍ଚିକୟାଁ ପଞ୍ଚାୟତ ପିଇଓ ସଂଗୀତାରାଣୀ ପାଣିଗ୍ରାହୀ ଓ ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ସହିତ ବିଭିନ୍ନ ଗ୍ରାମର ପି.ଏମ.ଏ.ୱାଇ ହିତାଧିକାରୀ ମାନଙ୍କ ଘରକୁ ଘର ପାଦରେ ଚାଲି ଚାଲି ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ପ୍ରୋତ୍ସାହନ ରାଶି ପାଇବାର ସୁଯୋଗ ନେବାକୁ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ