ଭାଇଜାନ ଏବେ ଟିଭିଦୁନିଆ ରେ
ବଲିଉଡ୍ ଭାଇଜାନ୍ ସଲମାନ ଖାଁ କେବଳ ବଡ ପରଦାରେ ନୁହେଁ ଟେଲିଭିଜନ ପରଦାରେ ମଧ୍ୟ ବେଶ୍ ସକ୍ରିୟ। ଟେଲିଭିଜନ ଦୁନିଆର ‘ବିଗ୍ ବସ୍’ ଶୋ’ର ହୋଷ୍ଟ ଭାବେ ସଲମାନ ଘରେ ଘରେ ବେଶ୍ ପରିଚିତ। ତେବେ ତାଙ୍କର ପ୍ରଡକ୍ସନ କମ୍ପାନୀ ଏସ୍କେଟିଭି ବ୍ୟାନରରେ କପିଲ ଶର୍ମା ଶୋ’ ନିର୍ମାଣ କରାଯାଉଛି। ଏବେ ଶୁଣିବାକୁ ମିଳିଛି କି ସଲମାନ ଏକ ନୂଆ ଟେଲିଭିଜନ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ଆଉ ଏହା ଆରମ୍ଭ ହେବା ପରେ କପିଲ ଶର୍ମା ଶୋ’ ସିପ୍ଟ ହୋଇଯାଇପାରେ। ଏବେ ସଲମାନ ତାଙ୍କ ଟେଲିଭିଜନ ଚ୍ୟାନେଲ ପାଇଁ କଣ୍ଟେଣ୍ଟ ଖୋଜୁଥିବା କୁହାଯାଉଛି। ତେବେ ଲାଇସେନ୍ସ ମିଳିବା ପରେ ଯାଇ ସଲମାନ ଏହା ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି।