ବାଇକ ଦୁର୍ଘଟଣାରେ ଛାତ୍ର ଗୁରୁତର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

ହାଟଡ଼ିହି,(ବିକାଶ ବିଶ୍ୱାଳ) : ବାଇକ ଦୁର୍ଘଟଣାରେ କରଗୋଳା ଗ୍ରାମର ଜଣେ ମେଧାବୀ ଡାକ୍ତରୀ ଛାତ୍ର ଗୁରୁତର ଆହତ ହୋଇ ଏବେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ କରଗୋଳା ଗ୍ରାମର ଅଲେଖ ନିରଞ୍ଜନ ଓଝା ନାମକ ଜଣେ ଯୁବକ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜର ଶେଷ ବର୍ଷର ଛାତ୍ର । ଗତ ୩ଦିନ ତଳେ ଏକ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଛନ୍ତି । ୍‌ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି । ଗାଁ ଲୋକେ ପରଷ୍ପର ଭିତରେ ଚାନ୍ଦାକରି କିଛି ଅର୍ଥ ଯୋଗାଡ କରିଥିବାବେଳେ ସହପାଠୀ ମାନେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଅଲେଖଙ୍କ ବାପା ଚକ୍ରଧର ଓଝା ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସରକାରୀ ସ୍ଥରରେ କିମ୍ବା କୌଣସି ବେସରକାରୀ ସଂଗଠନ ଯଦି ସହାୟତାର ହାତ ବଢ଼ାନ୍ତେ ତେବେ ଅଲେଖଙ୍କ ଚିକିତ୍ସାରେ ସହାୟକ ହୋଇପାରନ୍ତା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ