ଦନ୍ତ ଚିକିତ୍ସକଙ୍କ ଅକାଳ ବିୟୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମର ବାଇଧର ସେଠୀଙ୍କ ପୁତ୍ର ତଥା ବନ୍ତ ଅଞ୍ଚଳର ସୁପରିଚିତ ଦନ୍ତ ଚିକିତ୍ସକ ଉପେନ୍ଦ୍ର କୁମାର ସେଠୀ(୪୫)ଙ୍କର ମଙ୍ଗଳବାର ରାତିରେ ଭୁବନେଶ୍ୱରସ୍ଥିତ ବିବେକାନନ୍ଦ ହସପିଟାଲରେ ପରଲୋକ ଘଟିଛି । ସେ କଫ, ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା । ସେ ବନ୍ତ, ଛେନାପଦୀ, ଆନନ୍ଦପୁର ଏବଂ ଯାଜପୁର ଜିଲ୍ଲାର ଜଣେ ଅଭିଜ୍ଞ ଦନ୍ତ ଚିକିତ୍ସକ ଭାବେ ସୁଖ୍ୟାତି ଅର୍ଜ୍ଜନ କରିଥିଲେ । ତାଙ୍କ ମରଶରୀର ଗ୍ରାମରେ ପହଞ୍ôଚବା ପରେ ବନ୍ତ ସମେତ ବିଭିନ୍ନ ଅଞ୍ଚଳରୁ ବହୁବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ଏକ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ସମର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୨ ପୁତ୍ର, ପତ୍ନୀ, ପିତା, ମାତାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଅମାୟିକ, ସରଳ, ମିଷ୍ଠଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ବନ୍ତ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


