ବନ୍ତ-ବାରିକପୁର ରାସ୍ତା ପ୍ରତି ପୂର୍ତ୍ତ ବିଭାଗର ଆନ୍ତରିକତା ନାହିଁ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତା ପ୍ରତି ପୂର୍ତ୍ତ ବିଭାଗର ଆନ୍ତରିକ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବନ୍ତ ଠାରୁ ବାରିକପୁର ୧୭ କିମି ରାସ୍ତା ଉପରେ ବନ୍ତ ବ୍ଲକର ଶହ ଶହ ଲୋକ ନିର୍ଭର କରି ଚଳିଥାନ୍ତି । ଦୈନନ୍ଦିନ ଏହି ରାସ୍ତାରେ ଗାଡି ମଟର ଯାତାୟତ କରୁଛି । ମାତ୍ର ଏହି ରାସ୍ତାର କୁମ୍ଭାରିଆ ଛକ ଠାରୁ ଶିଆଳିଆ ଛକ ମଧ୍ୟରେ ଗୋଟିଏ କଲର୍ଭଟ ନଷ୍ଟ ହୋଇ ରାସ୍ତା ମଝିରେ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗାଡିମଟର ଗୁଡିକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏହି ସମସ୍ୟା ଦୀର୍ଘ ଦିନ ହେବ ଦେଖାଯାଇଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସେହିପରି ଶିଆଳିଆ ଛକ ନିକଟରେ ଥିବା ଟର୍ଣ୍ଣିଂ ପଏଣ୍ଟରେ ବହୁ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଏଥିନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ