ବନୀକରଣ ପାଇଁ ନିଆରା ପ୍ରୟାସ ବନୀକରଣ ପାଇଁ ଏକାଠି ହେଲେ ବିଦ୍ୟାର୍ଥୀ
ଭୁବନେଶ୍ୱର, : ସାମୁଦ୍ରିକ ଝଡ଼ ‘ଫନି’ରେ ଉଜୁଡ଼ି ଯାଇଥିବା ଚନ୍ଦକା ଜଙ୍ଗଲର ସବୁଜିମା କୁ ଫେରାଇ ଆଣିବା ଲାଗି ଭୁବନେଶ୍ୱର ନିକଟସ୍ଥ ଛତାବର ପଞ୍ଚାୟତର ସରକାରୀପ୍ରାଥମିକ ବିଦ୍ୟାଳୟ ବିନ୍ଧ୍ୟଗିରି ର ବିଦ୍ୟାର୍ଥୀମାନେ ମହତ୍ ପ୍ରୟାସ ଆରମ୍ଭ କରିଛନ୍ତି । •ରାରୋପଣ ବଦଳରେ ପ୍ରାକୃତିକ ଉପାୟରେ ଜଙ୍ଗଲ ସୃଷ୍ଟି ପାଇଁ ବିଦ୍ୟାର୍ଥୀମାନେ ଏକାଠି ହୋଇ ଏକ ନିଆରା ଉପାୟ ଆପଣାଇଛନ୍ତି । ମାଟିରେ ଗୋବର ଖତ ମିଶାଇ ଚକଟିବା ପରେ ଛୋଟ ଛୋଟ ପିଣ୍ଡୁଳା କରି ସେଥିରେ ଦେଶୀୟ ବିହନ ରଖି ପ୍ରସ୍ତୁତ କରିଛନ୍ତି ବିହନ ପେଣ୍ଡୁ (ସିଡ୍ ବଲ୍) । ଜଙ୍ଗଲର ସବୁଜିମାକୁ ପୁନରୁଦ୍ଧାର କରିବା ପାଇଁ ସାମାଜିକ ସଂଗଠନ ମାଇଣ୍ଡ୍ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଦ୍ୟାର୍ଥୀମାନଙ୍କୁ ସିଡ୍ବଲ୍ ତିଆରି ଓ ଏହାର ବ୍ୟବହାର ଓ ଲାଭ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ଶ୍ରୀକୃଷ୍ଣାନନ୍ଦ ଗିରି, ଜଟଣୀ ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ପାଣିଓରାର ସଂଯୋଜକ ଦେବେନ୍ଦ୍ର କୁମାର ରଥ, ଫାଉଣ୍ଡେସନ୍ର ସାମାଜିକ କର୍ମୀ ମନୋଜ ପ୍ରଧାନ, ପ୍ରିୟବ୍ରତ ପଣ୍ଡା, ଗୋସେବକ ସଞ୍ଜୟ ପ୍ରଧାନ, ସରୋଜକାନ୍ତ ଦାସ, ସ୍ୱେଚ୍ଛାସେବୀ କେଶବ କୁମାର ଭୁଜବଳ, ମହେଶ ପତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା, ଶିକ୍ଷୟିତ୍ରୀ ମିତା ଭୋଇ, ବିଦ୍ୟାଳୟ ପରି•ଳନା କମିଟିର ସଭାପତି ବସନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କର ଏହି ଅଭିନବ ପ୍ରୟାସ ଓ ଉଦ୍ୟମକୁ ସ୍ୱାଗତ କରିବା ସହ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ବିନ୍ଧ୍ୟଗିରି ପ୍ରାଥମିକ ବିଦ୍ୟାଳୟକୁ ଲାଗି ରହିଛି ଚନ୍ଦକା-ଡ଼ମ୍ପଡ଼ା ହସ୍ତୀ ଅଭୟାରଣ୍ୟ । ଫନି ପୂର୍ବରୁ ପ୍ରତ୍ୟେହ ଦଳ ଦଳ ମୟୂର ପକ୍ଷୀ ବିଦ୍ୟାଳୟ ଓ ଗାଁ •ରିପାଖେ ଚଳପ୍ରଚଳ କରୁଥିଲେ । ଏବେ ତାହା ଦେଖିବା ଆମ ପାଇଁ ସ୍ୱପ୍ନ ପାଲଟିଯାଇଛି ବୋଲି ବିଦ୍ୟାର୍ଥୀମାନେ କହିଥିଲେ । ବିଦ୍ୟାର୍ଥୀମାନଙ୍କର ଏହି ଉଦ୍ୟମ ନିଶ୍ଚିତ ରୂପେ ଉଜୁଡ଼ା ଜଙ୍ଗଲକୁ ସବୁଜିମା ଫେରାଇ ଆଣିବାରେ ସହାୟକ ହୋଇପାରିବ ବୋଲି ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି । ବିଦ୍ୟାର୍ଥୀମାନଙ୍କର ଏହି ଅଭିନବ ବନୀକରଣ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ହୋଇଛି ।