ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ଗୁରୁଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍): ୫୮ତମ ଗୁରୁଦିବସ ଉପଲକ୍ଷେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସୁନାଇଲୋସ୍ଥିତ ଜ୍ଞାନଜ୍ୟୋତି ଭବନ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସେବାକେନ୍ଦ୍ରରେ ଶିକ୍ଷା, ଶିକ୍ଷକ ଓ ଆଧ୍ୟାମ୍ôିକତା ସମ୍ପର୍କରେ ଆଲୋଚନା ଚକ୍ର ଅନୁÂିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁÂିତ ଉସôବରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ପଦାର୍ଥ ବିଜ୍ଞାନୀ ପ୍ରଫେସର ଜ୍ଞାନଦେବ ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ତମାନର ବିଶୃଙ୍ଖଳିତ ସମାଜକୁ ଉଚିତ୍ ଦିଗଦର୍ଶନ ପ୍ରଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଆଧ୍ୟାମ୍ôିକ ଜ୍ଞାନ ଓ ସହଜ ରାଜଯୋଗ ସାମାଜିକ ପରିବର୍ତନର ମୁଖ୍ୟ ବାର୍ତାବହ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମାକୁମାରୀ ସୁଚିତ୍ରା ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ବର୍ତମାନ ପରିସ୍ଥିତିରେ ବିଶ୍ୱରେ ଶାନ୍ତି ଓ ସ୍ଥିରତା ଆଣିବା ଦିଗରେ ପ୍ରତ୍ୟେକ ଶିକ୍ଷକଙ୍କ ଗୁରୁଦାୟିତ୍ୱ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପାରିକ ଶିକ୍ଷା ପ୍ରଦାନ କରିବା ସହ ଚରିତ୍ର ନିର୍ମାଣ କରିବା ପାଇଁ ନୈତିକ ଶିକ୍ଷା ଓ ମୂଲ୍ୟବୋଧ ଭିତିକ ଶିକ୍ଷା ପ୍ରଦାନ ସହାୟକ ହୋଇପାରିବ । ମୁଖ୍ୟ ସଂଚାଳିକା ବ୍ର.କୁ ସ୍ନେହ ଆଧ୍ୟାମ୍ôିକ ଶକ୍ତିର ଅନୁଭୂତି ଓ ରାଜଯୋଗ ମାଧ୍ୟମରେ ଆର୍ଶୀବଚନ ଓ କିଛି ପ୍ରେରଣା ଦାୟକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଅନ୍ୟତମ ଅତିଥି ଅଜୟ ସାମଲ, ଦିବାକର ଜେନା, ଶାରଦାକାନ୍ତ ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବ୍ର.କୁ ରବିନ୍ଦ୍ର, ବ୍ର.କୁ ଅଭୟ, ବ୍ର.କୁ ସମୀର, ବ୍ର.କୁ ସୁମିତ୍ରା, ବ୍ର.କୁ ପ୍ରଭାସିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ