ଅଜଣା ରୁଗୁଣା ନାବାଳିକାକୁ ସହାୟତାର ହାତ ବଢାଇଲେ ସାମ୍ବାଦିକ ଓ ସମାଜସେବୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁର ବ୍ଲକର ଗୁହାଳଡାଙ୍ଗିରୀ ପଞ୍ଚାୟତର ମୁଖ୍ୟ ରାସ୍ତାର ଟୋଲକ ଯାତ୍ରୀ ପ୍ରତୀକ୍ଷାନିଳୟ ନିକଟରେ ଅଜଣା ଅସହାୟ ରୁଗଣା ୧୨/୧୪ ବର୍ଷର ନାବାଳିକା ମଙ୍ଗଳବାର ଦିନ ସକାଳୁ ପଡ଼ି ରହିଥିଲା । ନାବାଳିକାଟିର ସତେ ଯେମିତି ଖାଲି ନିଶ୍ୱାସ ପ୍ରଶ୍ୱାସ ଚାଲିଛି । ମଙ୍ଗଳବାର ଦିନ ଗୋରୁମହିଷାଣୀରେ ସାପ୍ତାହିକ ହାଟ ପାଇଁ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି ହେଲେ ପଡ଼ି ରହିଥିବା ରୁଗୁଣା ନାବାଳିକା କୁ ଦେଖି ନ ଦେଖିଲା ପରି ନିଜ କାମରେ ଚାଲିଯାଉଥିଲେ । ଜଣା ପଡୁଥିଲା ସତେ ଯେମିତି ମାନବିକତା ହଜି ଯାଇଛି | ଏହି ବାସ୍ତୁବାଦୀ ଦୁନିଆରେ ଦିର୍ଘ ୧୦ ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ରୁଗଣା ନାବାଳିକାଟି ରାସ୍ତାରେ ପଡ଼ି ରହିଥିଲା । ଟୋଲକ ଗାଁର ଜଗଦିଶ ପାତ୍ର ଓ ମନିଷ ମାଝୀ ଦୁଇ ଜଣ ଯୁବକ ସାମ୍ବାଦିକ ତଥା ରାଇରଙ୍ଗପୁର ବ୍ଲକର ନେହେରୁ ଯୁବ କେନ୍ଦ୍ର ସଂଯୋଜକ ତୁଷାର ମହାନ୍ତ ଏବଂ ଯୁବ ସମାଜସେବୀ ଲକ୍ଷ୍ମଣ ଟୁଡୁଙ୍କୁ ଏହି ଘଟଣା ସଂପର୍କରେ ସୂଚନା ଦେଇଥିଲେ । ସେମାନେ ୧୦୮ ଆମ୍ବୁଲାନ୍ସରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ । ଖାଇବାକୁ ଦେବାସହ ନବବସ୍ତ୍ର ପରିଧାନ କରାଇଥିଲେ । ତାଙ୍କର କରୋନା ପରୀକ୍ଷା କରାଇବାରୁ ନେଗେଟିଭ ବାହାରିଥିଲା । କିନ୍ତୁ ନାବାଳିକାର ପରିଚୟ ଏଯାଏଁ ମିଳି ନାହିଁ । ନାବାଳିକାର ଅଣ୍ଟାରେ ଏକ ଦଉଡ଼ି ବନ୍ଧା ହୋଇଥିଲା । କେହି ଯଦି ନିଜ ଲୋକ ନ ମିଳନ୍ତି ତାହେଲେ ସେମାନେ ତାକୁ ବାରିପଦାସ୍ଥିତ ଚାଇଲ୍ଡ ହେଲ୍ପ ଲାଇନରେ ରଖିବା ବ୍ୟବସ୍ଥା କରିବେ ବୋଲି ଯୁବ ସାମ୍ବାଦିକ ଓ ସମାଜସେବୀ ସୂଚନା ଦେଇଛନ୍ତି ।