ସମ୍ପର୍କୀୟ ଘରୁ ଯୁବକ ନିଖୋଜ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସେକ ଆରମାନ ସେପ୍ଟେମ୍ବର ମାସ ୨୪ ତାରିଖରେ ସମ୍ପର୍କୀୟ ଘର ବହଳଦା ଥାନା ବଡଦୁନ୍ଦୁ ଗ୍ରାମରୁ ନିଖୋଜ ଥିବା ଜଣାପଡିଛି | ଏହି ନିଖୋଜ ଖବର କୁ ନେଇ ବହଳଦା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି | ସେକ ଆରମାନ ସମ୍ପର୍କୀୟ ଘର ବଡଦୁନ୍ଦୁକୁ ଆସିଥିଲେ ତେବେ ସକାଳୁ ଘରୁ ବାହରିବା ପରେ ତାଙ୍କୁ ଖୋଜା ଖୋଜି କରି ପାଇନଥିଲେ ତାଙ୍କ ସମ୍ପର୍କୀୟ | ପରିବାର ଲୋକଙ୍କୁ ଜଣାଇବା ପରେ ବିଭିନ୍ନ ଅଞ୍ଚଳରେ ରାତି ଦିନ ଖୋଜା ଖୋଜି କରିବା ପରେ ନିରାଶ ହୋଇଛନ୍ତି ପରିବାର ଲୋକେ | ତାଙ୍କର ଉଚ୍ଚତା ୫ ଫୁଟ ହେବ | କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ଦେଖିଲେ ତାଙ୍କ ପରିବାରଙ୍କୁ ନିମ୍ନ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି | ଯୋଗାଯୋଗ ନମ୍ବର – ୭୯୭୮୬୪୯୦୩୯ / ୯୭୭୭୦୯୩୪୮୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ