ପ୍ଲାଜ୍ମା ଦାନ ନିମନ୍ତେ ଗଜପତି ଜିଲ୍ଲାପାଳଙ୍କ ନିବେଦନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କରୋନା ସଂକ୍ରମଣରୁ ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ନିଜ ନିଜର ପ୍ଲାଜ୍ମା ପ୍ରଦାନ କରିବାପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ନିବେଦନ କରିଛନ୍ତି । ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି ଜିଲ୍ଲାପାଳ ଶ୍ରୀ ସାହା ସଂକ୍ରମଣରୁ ସୁସ୍ଥ ହେବା ବ୍ୟକ୍ତି ପ୍ଲାଜ୍ମା ଦାନ କରିବାପାଇଁ ଆଗଭର ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଏହା ସହ ସେ ଆହୁରି କହିଛନ୍ତି ଯେ ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ପାଇଁ ଲଢେଇ କରିବା ସହ ବର୍ତ୍ତମାନ ଆମ୍ଭେ ସମସ୍ତେ ଏକ ଘଡିସନ୍ଧି ମୁହୂର୍ତ୍ତଦେଇ ଗତି କରିବା ସଙ୍ଗେ ସଙ୍ଗେ ଏହାର କରାଳ ରୂପ ଦେଖୁଛେ । ସମଗ୍ର ବିଶ୍ୱ ସମେତ ଆମ ଦେଶ, ରାଜ୍ୟ ଏବଂ ଜିଲା ମଧ୍ୟ ଏହି କରୋନା କବଳ ରହିଅଛି । ଜିଲ୍ଲାବାସୀଙ୍କ ଧୈର୍ଯ୍ୟ ଏବଂ ସହଯୋଗ ପାଇଁଏବେ ଏହା କିଛି ମାତ୍ରାରେ ନିୟନ୍ତ୍ରଣାଧିନ ରହିଛି । ଅନ୍ୟପକ୍ଷରେ କୋଭିଡ-୧୯ର ଚିକିତ୍ସାରେ ପ୍ଲାଜ୍ମା ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଜିଲ୍ଲାରେ ଅନେକ ବ୍ୟକ୍ତି କରୋନାକୁ ହରାଇ ସଫଳତାର ସହିତ ମୁକାବିଲା କରି ବିଜୟୀ ହୋଇଛନ୍ତି । ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ସାଧୁବାଦ ଜଣାଇ ଅନୁରୋଧ କରିଛନ୍ତି ଯେ “ଆପଣଙ୍କ ଗୋଟିଏ ପଦକ୍ଷେପ ଅନ୍ୟ କାହାର ଜୀବନ ବଞ୍ଚାଇ ପାରିବ” । ତେଣୁ କାଳ ବିଳମ୍ବ ନକରି ଆଗେଇ ଆସନ୍ତୁ ଏବଂ ଜଣକର ଜୀବନକୁ ରକ୍ଷା କରନ୍ତୁ ବୋଲି ନିବେଦନ କରିଛନ୍ତି ।


