ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ନୂସାଡିହି ଗ୍ରାମର ଯମୁନା ଟୁଡୁର ପୁଅ ସୁନା ଟୁଡୁ ଘରେ ଭାତ ରାନ୍ଧୁଥିବା ବେଳେ ତତଲା ପେଜ ଗୋଡ଼ରେ ପଡ଼ିଯାଇ ଗୋଡ ସିଝି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି |