ଗଞ୍ଜେଇ ସହ ସ୍କୁଟି ଜବତ,ଜଣେ ଗିରଫ

ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀ ସମୟରେ ନିଶା ବେପାରୀଙ୍କ କଚେପୁଅ ବାର । ସମସ୍ତଙ୍କ ଅର୍ଥନୀତି ଭୁଷୁଡି ଯାଇଥିବା ବେଳେ ଚୋରା ନିଶା କାରବାରରେ ଲିପ୍ତ ଥିବା ଲୋକଙ୍କ ଅର୍ଥନୀତି ଦଶଗୁଣା ବୃଦ୍ଧି ପାଇଛି । ବାମନଘାଟୀରେ ନିଶା କାରବାର ଲୋକଙ୍କ ଚେର ବହୁତ ଭିତରକୁ ଯାଇଛି । ଅବକାରୀ ବିଭାଗ ନିଷ୍କ୍ରିୟତା ଅବା ମଧୁଚନ୍ଦ୍ରିକା । ପୋଲିସ କରୋନା ସ୍ଥିତି ସହ ଆଇନ ଶୃଙ୍ଖଳା ଦେଖିବା ନା ଅବକାରୀ ବିଭାଗ ଦାଇତ୍ୱ ତୁଲାଇବ । ଅବକାରୀ ବିଭାଗ ଥାଇ ଯାହା ନଥାଇ ତାହା । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ୩୦-୦୯-୨୦୨୦ ବୁଧବାର ଦିନ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବଡାମତଳିଆ ଛକରେ ଏକ ନୀଳ ରଙ୍ଗର ସ୍କୁଟିOD 11N 4402 ରେ ଚାଳକ ଇତଃସ୍ତତଃ ହୋଇ ଚଲାଉଥିବା ଦେଖି ସ୍କୁଟିକୁ ଅଟକାଇଥିଲେ । ପରେ ଡିକି ଖୋଲି ଦେଖନ୍ତି ତ ଏକ ସବୁଜିମା ରଙ୍ଗ ବେଗରେ ଗଞ୍ଜେଇ ବେଗ ସହ ୫୭୨ ଗ୍ରାମ ଗଞ୍ଜେଇ ଥିବା ଦେଖିଥିଲେ । ପରେ ଗୁରୁବାର ଦିନ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ମାମଲା ୧୨୪/୨୦  ରୁଜୁ କରାଯାଇଥିଲା । ଚୋରା ଗଞ୍ଜେଇ ମାଫିଆ ମହେନ୍ଦ୍ର ବେହେରା (୬୨) ଘର  ନାଉଯୋଡା । କେବଳ ୫୨୭ ଗ୍ରାମ ଗଞ୍ଜେଇ ଥିଲା । ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ