ନାବାଳକର ଆତ୍ମହତ୍ୟା
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ସହରର ମୁଖ୍ୟ ସଡକରେ ଥିବା ଭାଇ ଭଉଣୀ ଲେଡିସ କର୍ଣ୍ଣର ର ଉପର ମହଲାରେ ଜଣେ ନାବାଳକ କର୍ମଚାରୀ ଆତ୍ମହତ୍ୟା କରିଥିବା ଖବର ପ୍ରଚାର ହେବା ପରେ ସକାଳୁ ସକାଳୁ ଦୋକାନ ସମ୍ମୁଖରେ ଗହଳି ଦେଖିବାକୁ ମିଳିଥିଲା। ଗତ ତିନି ମାସ ଧରି ଢଉମାଳ ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ କୁଶ ପ୍ରଧାନ ଓ ସେହିଗ୍ରାମର ଅନ୍ୟ ଜଣେ ଲେଡିସ କର୍ଣ୍ଣରରେ ରହି କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ଦୋକାନ ଉପର ଘରେ ଦୁଇ ଜଣ ଶୋଇ ଥିବା ବେଳେ ସକାଳ ୩ଟା ସମୟରେ କୁଶ ଝୁଲୁ ଥିବାର ଦେଖି ଅନ୍ୟ ଜଣକ ସଙ୍ଗେ ସଙ୍ଗେ ମାଲିକ କୁ ଜଣାଇଥିଲେ। ଦୋକାନ ମାଲିକ ପରିବାରକୁ ଯୋଗାଯୋଗ କରି ଥାନାରେ ଅଭିଯୋଗ ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଜଣେ ନାବାଳକକୁ ମାଲିକ କିପରି କାମରେ ଲଗାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି କିଛିବ୍ୟକ୍ତି।


