ତିର୍ତୋଲ ରେ ବିଜେପିର ଉପ ନିର୍ବାଚନ ପ୍ରସ୍ତୁତି ବୈଠକ

ତିର୍ତୋଲ (ଅଭିଷେକ ତ୍ରିପାଠୀ ) :ଆଜି ତିର୍ତୋଲ ସରଣୀ ଛକ ଆନନ୍ଦ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ , ବିଜେପି ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି l ଏଥିରେ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସିପାତ୍ର,ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର , ପାରାଦୀପ ଯୁବ ନେତା ସମ୍ପଦ ସ୍ୱାଇଁ ,ବୁଲୁ ପ୍ରଧାନ, ପ୍ରକାଶ ବେହେରା ,ଆଦି ଜିଲ୍ଲା ପ୍ରଭାରୀ,ବ୍ଲକ ପ୍ରଭାରୀ, ଆଦି ଅନେକ କର୍ମୀ ଉପସ୍ଥିତ ଥିଲେ l ଏହି ବୈଠକରେ କିଛି ଅନ୍ୟ ଦଳର କର୍ମୀ ବିଜେପି ରେ ସାମିଲ ହୋଇଥିଲେ l ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ପ୍ରଧାନଙ୍କ ବିରିଧରେ ନାରାବାଜି କରିବା ସମୟରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା l ନିର୍ବାଚନ ରଣାଙ୍ଗନ କିଭଳି ଭାବରେ ଦଳ ଲୋକ ମାନଙ୍କର ଆସ୍ଥାଭାଜନ ହେବା ସହ , କିଭଳି ଭାବରେ ଭୋଟ ହାତେଇବେ ସେ ନେଇ ଚର୍ଚ୍ଚା ଓ ସମୀକ୍ଷା ମଧ୍ୟ ହୋଇଥିଲା l ଏହି ସଭା ଚାଲିଥିବା ସମୟରେ ବାହାରୁ ସୁଭିଥିଲା ବିଜେପି ଯୁବ ନେତାଙ୍କ ବିରୋଧର ସ୍ୱର l ଗତକାଲି ଟାଣୁଆ ନେତା ରମାକାନ୍ତ ଭୋଇ ଦଳ ଛାଡି ଥିବା ବେଳେ , ଆଜି ତିର୍ତୋଲ ଯୁବ ମୋର୍ଚ୍ଚା କୁ ଅଣଦେଖା କରାଯାଇ ସଭା ଆୟୋଜନ କରାଯାଇଥିବା ର ଯୁବ ମୋର୍ଚା ର ସଭ୍ୟ ମାନେ ଅଭିଯୋଗ ଉଠାଇଛନ୍ତି l ଏଥିରେ ଦଳ ପାଇଁ ଜେଲ ଯାଇ , ଦଳ ପାଇଁ କାମ କରି ଆମକୁ ହତାଦର କରାଯାଉଥିବା ଅଭିଯୋଗ କରି ସଭା ମଧ୍ୟରେ ବିରୋଧ କରିଥିଲେ l ଆଗକୁ ଆସୁଥିବା ଉପନିର୍ବାଚନ ରେ ଅନ୍ୟ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଆଣି ତିର୍ତୋଲ ନିର୍ବାଚନ ମଙ୍ଗ ଧରାଇବା ଓ ତିର୍ତୋଲ ମାଟିର ଯୁବ ଚେହେରା ଙ୍କୁ ପ୍ରାଧାନ୍ୟ ନଦେବା କଥା ଆଜି ବିଜେପି ସଂଗଠନ ର ଉପରିସ୍ଥ କର୍ମକର୍ତା ଙ୍କ ପାରିବା ପଣିଆ କୁ ପଦାରେ ପକାଇଛି l ଏହି ସଭାରେ ବିଭିନ୍ନ ପଞ୍ଚାୟତ ରୁ ଅନେକ କର୍ମୀ ଯୋଗ ଦେବା ସହ ନିର୍ବାଚନ ପରିଚାଳନା ପାଇଁ ଗୁରୁମନ୍ତ୍ର ନେଇଥିଲେ l ଅନ୍ୟପକ୍ଷରେ ତରଜଙ୍ଗା ପଞ୍ଚାୟତର ପୂବପଡା ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥୀ ଶିବପ୍ରସାଦ ସାହୁ , ଅଶୋକ ମହାନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳ ର ବିଧାୟକ, ସାଗର ସାମଲ ପ୍ରମୁଖ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ରେ ବିଜେପି ପାଇଁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ