ଆଜି କନ୍ଧମାଳରେ ୮ କରୋନା ଯୋଦ୍ଧାଙ୍କୁ କରୋନା ଆକ୍ରାନ୍ତ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କରେ ପହଂଚିଛି । ଜଣେ ଆୟୁଷ ଡାକ୍ତରଙ୍କ ଓ ଦୁଇ ପୁଲିସ କର୍ମଚାରୀଙ୍କୁ ମିଶାଇ ୮ କରୋନା ଯୋଦ୍ଧା ସଂକ୍ରମିତ, ଜିଲ୍ଲାରେ ଆଜି ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୯୭୨ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୪୭୬ ଜଣ ଅର୍ଥାତ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ୯୦.୯୨ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪(୦.୪୮ ପ୍ରତିଶତ)ରେ ରହିଛି । ଆଉ ୪୭୨ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୯.୪୯ ପ୍ରତିଶତ ସଂକ୍ରମିତ ମାନେ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଓ ଗ୍ରାମାଂଚଳରେ ୨ ଜଣ ଚିହ୍ନଟ ହୋଇଛନ୍ତି ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳରୁ ୧୪ ଜଣ ଓ ଗ୍ରାମାଂଚଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଘୁ.ଉଦୟଗିରିର ବିଜ୍ଞାପିତ ଅଂଚଳରେ ୫ ଜଣ ଏବଂ ଗ୍ରାମାଂଚଳରେ ୩ ଜଣ ଚିହ୍ନଟ ହୋଇଥିବାବେଳେ କ.ନୁଆଗାଁର ୨୦ ଜଣ,ଚକାପାଦରେ ୧୭, ଦାରିଙ୍ଗବାଡିର ୨ ଜଣ,ଖଜୁରିପଡାରେ ୨ ଜଣ, ,ଫିରିଙ୍ଗିଆ ୪,ରାଇକିଆ ୧୬,ଟିକାବାଲିର ୯, ତୁମୁଡିବନ୍ଧ ଅଂଚଳରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ