ବିଜେଡି ନେତା ପବିତ୍ର ବେହେରାଙ୍କ କରୋନା ଆକ୍ରାନ୍ତରେ ଦେହାନ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ବିକାଶ ନଗରର ପବିତ୍ର ବେହେରା (୫୫) ଙ୍କ ବାରିପଦାର ବାଙ୍କିଶୋଳ କୋଭିଡ ହସ୍ପିଟାଲରେ ରବିବାର ଦିନ ମଧ୍ୟ ରାତ୍ରରେ ପ୍ରାଣବାୟୁ ଉଡି ଯାଇଛି । ସେ ଜଣେ ଅମାୟିକ ମେଳାପି, ମିଷ୍ଟଭାଷୀ , ଧର୍ମପରାୟଣ ,ଆଜୀବନ ଅଣ କଂଗ୍ରେସ,ଅଣ ବିଜେପି, ଟାଣୁଆ ବିଜେଡି ସଂଗଠକ ଥିଲେ । ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବିକାଶ ନଗର ଲକ୍ଷ୍ମୀପୂଜା କମିଟି ସଭାପତି, ବିକାଶ ନଗର ଉନ୍ନୟନ ପରିଷଦ ସଦସ୍ୟ,ସାକିଲାଡିହି ଦୁର୍ଗା ପୂଜା କମିଟି ସଦସ୍ୟ, ସିଦ୍ଧେଶ୍ୱର ଶିବ ମନ୍ଦିର କମିଟି ସଦସ୍ୟ,ବାମନଘାଟି କଣ୍ଟ୍ରାକ୍ଟର ଆସୋସିଏସନ୍ ସଦସ୍ୟ ସଦସ୍ୟ ଥିଲେ । ଜଣେ ପରୋପକାରୀ ଏବଂ ସମାଜସେବୀ ଭାବେ ସେ ରାଇରଙ୍ଗପୁର ସହରର ଜଣାଶୁଣା ଥିଲେ । ତାଙ୍କର ଘରେ ସ୍ତ୍ରୀ ,ଏକମାତ୍ର ପୁଅ ଯୁକ୍ତ ୨ୟ ବାର୍ଷିକ ବିଜ୍ଞାନ ଛାତ୍ର,ମା, ଏବଂ ଦିବ୍ୟାଙ୍ଗ ଭାଇ ଅଛନ୍ତି । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ର ଯୁବଗୋଷ୍ଠୀ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି ।କୋଭିଡ ନିୟମ ଅନୁସାରେ ବାରିପଦା ରଘୁନାଥ ପର୍ବରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।


