କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ମୃତି ସଭା
ପାରାଦୀପ,( ପିତବାସ ପ୍ରଧାନ): କୁଜଙ୍ଗ ଓ ପାରାଦୀପ ଅଞ୍ଚଳର ଲୋକପ୍ରିୟ ସମାଜସେବୀ ତଥା ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ବରିଷ୍ଠ କୈବର୍ତ୍ତ ନେତା ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ତାରାଇଙ୍କର ବିୟୋଗ ରେ କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସ୍ମୃତି ସଭା ଅକ୍ଟୋବର ୧୨ ତାରିଖ ସୋମବାର ପୂର୍ବାହ୍ନରେ କୁଜଙ୍ଗ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ନାଗରିକ ମଞ୍ଚର ସଭାପତି ଶ୍ରୀ ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଶ୍ରୀ ପିତାମ୍ବର ତରାଇ ,ଶିକ୍ଷାବିତ ଶ୍ରୀ ଅନଙ୍ଗ ମହାପାତ୍ର, ସ୍ତମ୍ଭକାର ଶ୍ରୀ ଅକ୍ଷୟ କୁମାର ରାଉତ, କବି ଗୀତା ଦାସ, ବିଜୟ ମାଝୀ, ସୁବାସ ସାମନ୍ତରାୟ, ନବୀନ କୁମାର ପ୍ରଧାନ, ନିରଞ୍ଜନ ରାଉତ, ଦେବ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ମହାନ୍ତି, ଶଙ୍କର ଦାସ, କାର୍ତ୍ତିକେୟ ପଣ୍ଡା, ସାମ୍ବାଦିକ ପ୍ରଶାନ୍ତ କୁମାର ରାଉତ ଓ ବିଭୁତି ଭୂଷଣ ଦାସ ପ୍ରମୁଖ ସ୍ମୃତି ସଭାର ଯୋଗ ଦେଇ ସ୍ୱର୍ଗତ ତରାଇଙ୍କର ଗୁଣ ଗାନ କରିଥିଲେ । ଶ୍ରୀ ଗୋବିନ୍ଦ ତରାଇଙ୍କୁ ବାଦ ଦେଇ କୁଜଙ୍ଗ ପାରାଦୀପର ଇତିହାସ ଲେଖାଯାଇ ପାରିବ ନାହିଁ ବୋଲି ଶ୍ରୀ ପିତାମ୍ବର ତରାଇ କହିଥିଲେ । ଶ୍ରୀ ବିଜୟ ମାଝୀ ତାଙ୍କ ସହ କୁଜଙ୍ଗ ପାରାଦୀପ ଅଞ୍ଚଳରେ କୈବର୍ତ୍ତ ଭାଇ ମାନଙ୍କୁ ପ୍ରତିଷ୍ଠିତ କରିବାର ସ୍ମରଣୀୟ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ, ଏହି ସ୍ମୃତି ସଭାରେ ନୀରବ ପ୍ରାର୍ଥନା, ଗୀତା ପାଠ ଓ କବିତା ପାଠ କରାଯାଇ ଥିଲା ।


