ଭିଭୋ ଜେଡ୍୧ଏକ୍ସ ର ବିକ୍ରି ଆରମ୍ଭ

ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ର ଅନ୍ଲାଇନ କେନ୍ଦ୍ରିତ ଜେଡ-ସିରିଜ ର ସଦ୍ୟତମ ମଡେଲ ଜେଡ୍୧ଏକ୍ସ ର ବିକ୍ରି ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଛି । ନୂତନ ପିଢି କୁ ଆକର୍ଷିତ କରିବା ପାଇଁ ଏହା ଜେଡ-ସିରିଜ ର ଦ୍ୱିତୀୟ ଉପହାର । ଏହି ମଡେଲ ଫ୍ୟୁଜନ ବ୍ଲୁ ଓ ଫ୍ୟାଂଟମ୍ ପରପଲ୍ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଭିଭୋ ଜେଡ୍୧ଏକ୍ସ ଦୁଇଟି ପ୍ରକାରର ଉପଲବ୍ଧ ହେବ -୬ଜିବି+୬୪ଜିବି ଏବଂ ୬ଜିବି+୧୨୮ଜିବି । ଏ ଗୁଡିକର ଦାମ୍ ଯଥାକ୍ରମେ ୧୬୯୯୦ଟଙ୍କା ଏବଂ ୧୮୯୯୦ଟଙ୍କା ରଖାଯାଇଛି । ଏହି ସ୍ମାର୍ଟଫୋନର ବିକ୍ରି ସେପ୍ଟେମ୍ବର ୧୩, ୨୦୧୯ ଦ୍ୱିପହର ୧୨ଟା ଠାରୁ ଫ୍ଲିପକାର୍ଟ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ଉପଭୋକ୍ତା ଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ମାନ ପ୍ରଦାନ କରୁଛି । ଯଥା-• ଏଚ୍ଡିଏଫସି କାର୍ଡ ଓ ଇଏମଆଇ ନେଣଦେଣ ଉପରେ ୧୨୫୦ଟଙ୍କା ପର୍ଯ୍ୟନ୍ତ ରିହାତି • ୬୦୦୦ ଟଙ୍କା ମୁଲ୍ୟର ଜିଓ ଲାଭ • ୬ ମାସ ଅବଧି ପର୍ଯ୍ୟନ୍ତ ନୋ କଷ୍ଟ ଇଏମଆଇ ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ ମାରୟା କହିଛନ୍ତି, “ଆମର ପ୍ରଥମ ଜେଡ ସିରିଜ୍ ସ୍ମାର୍ଟଫୋନ ଉପରେ ପ୍ରତିକ୍ରିୟା ଦ୍ୱାରା ଆମେ ଅଭିଭୁତ । ଜେଡ୍୧ଏକ୍ସ ର ବଜାର ପ୍ରବେଶ ସହ ଜେନ୍-ଜେଡ ଉପଭୋକ୍ତା ମାନଙ୍କ ପାଇଁ ଆଉ ଏକ ପାଦ ଆଗକୁ ଯାଇ ସର୍ବୋତମ ଫିଚର ଓ ଅନନ୍ୟ ପ୍ରଦର୍ଶନକାରୀ କ୍ଷମତା ଶାଳୀ ହ୍ୟାଣ୍ଡସେଟ ଯୋଗାଇ ଦେଇଛୁ । ଜେଡ ପରିବାରର ଏହି ନୂତନ ସଦସ୍ୟ ପାଇଁ ଆମେ ସକରାତ୍ମକ ପ୍ରତିକ୍ରିୟା ଆଶା କରୁଛୁ ।” ନୂତନ ଜେଡ୍୧ଏକ୍ସ ମଡେଲ ଶକ୍ତିଶାଳୀ କ୍ୱାଲ୍କମ୍ ସ୍ନାପଡ୍ରାଗନ ୭୧୨ଏଆଇଇ ଦ୍ୱାରା ସଂଚାଳିତ ହେଉଛି ଯାହା ଭିଭୋର ନିଜସ୍ୱ ୨୨.୫ ଡବ୍ଲୁ ଫ୍ଲାସ ଚାର୍ଜ ଏବଂ ବୃହତ ୪୫୦୦ଏମଏଏଚ ବ୍ୟାଟେରୀ ବ୍ୟବହାର କରୁଛି । ଏହି ହ୍ୟାଣ୍ଡସେଟ୍ରେ ଏଆଇ ଟ୍ରିପଲ କ୍ୟାମେରା ଯଥା ୪୮ଏମପି ପ୍ରାଇମେରୀ କ୍ୟାମେରା, ୮ଏମପି ସୁପର ୱାଇଡ ଆଙ୍ଗଲ କ୍ୟାମେରା ଓ ୨ଏମପି ଡେପ୍ଥ କ୍ୟାମେରା ବ୍ୟବହାର ହେଉଛି । ତୃଟିଶୁନ୍ୟ ସେଲ୍ଫି ଅନୁଭବ ପାଇଁ ଏଥିରେ ୩୨ଏମପି କ୍ୟାମେରା ଅଛି । ଭିଭୋ ଜେଡ୍୧ଏକ୍ସ ରେ ୧୬.୨୦ସିଏମ (୬.୩୮) ଏଫଏଚଡି+ସୁପର ଏଏମ୍ଓଏଲ୍ଇଡି ଡିସପ୍ଲେ ସହ ଉନ୍ନତ ମଲଟିମେଡିଆ ଅନୁଭବ ପାଇଁ ବ୍ୟବସ୍ଥା ଅଛି । ଏତଦ୍ବ୍ୟତିତ ଏହି ଡିଭାଇସ ସୁପର କ୍ୱିକ୍ ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଂଟ ସ୍କାନର ସହ ଆସୁଛି ଯାହା .୪୮ ସେକେଣ୍ଡ ରେ ଡିଭାଇସକୁ ଅନ୍ଲକ କରିପାରିବ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି କମ୍ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ