ନାବାଳିକା ଗଣ ବଲାତ୍କାର ଘଟଣାରେ ବିଜେପି ତରଫରୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବି

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ବ୍ଲକ ଗରାମ ଅଞ୍ଚଳର ନାବାଳିକାଙ୍କୁ କଟକ ଉପକଣ୍ଠ ଗତିରାଉତ ପାଟଣା କୁକୁଡା ଫାର୍ମରେ ଦିର୍ଘ ୨୨ ଦିନ ଧରି ହୋଇଥିବା ଗଣ ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବୀ କରିଛି ବିଜେପି । ଏଥି ସହିତ ଶାସକ ଦଳର ନେତା ମାନଙ୍କର ଏହି ଘଟଣାରେ ନିରବ ରହିବା ଘଟଣାକୁ ମଧ୍ୟ ସମାଲୋଚନା କରାଯାଇଛି । ଏହି ବ୍ଲକ ଅଞ୍ଚଳରେ ରାଜ୍ୟ ମହିଳା କମିଶନ ଅଧକ୍ଷା ଓ ଜଗତସିଂହପୁର ଜିଲାପରିସଦ ଅଧ୍ୟକ୍ଷାଙ୍କ ଘର ହୋଇଥିବାରୁ ଶିଘ୍ର ଆଖିଦୃଷ୍ଟିଆ ପଦକ୍ଷେବ ଗ୍ରହଣ କରି ଦୋଷିଙ୍କୁ କଠୋରରୁ କଠୋର ଦଣ୍ଡ ପାଇଁ ଭାଜପା ପ୍ରଭାରୀ ଶଶିକାନ୍ତ ପରିଡା, ଜଗନ୍ନାଥପୁର ମଣ୍ଡଳ ସଭାପତି ସୁନନ୍ଦl ବିଶ୍ୱାଳ, ମହିଳା ମୋର୍ଚ୍ଚାର ଜୟଲକ୍ଷ୍ମୀ ମହାନ୍ତି, ଜିଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ନୃସିଂହ ସାହୁ, ମଣ୍ଡଳ ପ୍ରଭାରୀ ପ୍ରଦିପ ପଟ୍ଟନାୟକ, ଭରତ ନାୟକ, ଉମାକାନ୍ତ ନାୟକ, ଜଳୟଦେବ ବଳ ପ୍ରମୁଖ ମିଳିତ ପ୍ରେସ ବିବୃତିରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ