ହତ୍ୟା କରାଯାଇଥିବା ତପନ ମଲ୍ଲ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଗରଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୨୦ରେ ଗଣଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମପଂଚାୟତର ପାଖଡ(ମେଳକପଡା)ଗ୍ରାମର ଜଗବନ୍ଧୁ ମଲ୍ଲଙ୍କ ପୁଅ ସ୍ୱର୍ଗତ ତପନ କୁମାର ମଲ୍ଲଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାନଗଲେ ଚଳିତମାସ ୨୦ତାରିଖରେ ଗରଦପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ପ୍ରତିବାଦ ସଭା,ଗଣଧାରଣା,ଗଣଅନଶନ ଓ ଗଣବିକ୍ଷୋଭ ଆଦି କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ ନିୟମକୁ ପାଳନ କରାଯାଇ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାଇ ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ଓ ପାଖଡ ପଂଚାୟତର ବରିଷ୍ଠ ମୁରବୀ, ବୁଦ୍ଧିଜୀବି, ଶିକ୍ଷାବୀତ ଓ ଜନସାଧାରଣ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ତପନ ମଲ୍ଲ ହତ୍ୟାକାଣ୍ଡର ଆଜକୁ ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ପରେବି ହତ୍ୟାକାଣ୍ଡର ସଠିକ ତଦନ୍ତ କରାଯାଇନାହିଁ । ଯାହା ଫଳରେ ତାଙ୍କ ପରିବାର ଅତ୍ୟନ୍ତ ଭୀତତ୍ରସ୍ତ ଓ ମାନସିକ ଭାରସାମ୍ୟ ହରାଇ ଆର୍ଥିକ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି । ତାଙ୍କର ୨ଟି ନାବାଳିକା ଝିଅ ସହ ସଂପୂର୍ଣ୍ଣ ପରିବାର ଭୀଷଣ ଅସୁବିଧା ମଧ୍ୟରେ ଗତିକରୁଛି । ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ମଧ୍ୟ ଦାବୀ କରାଯାଇଛି । ସବିତା ମଲ୍ଲ, ମଧୁସୁଦନ ମଲ୍ଲ, ବିପିନ କୁମାର ମଲ୍ଲ, ସସ୍ମିିତା ମଲ୍ଲ, ଉମାକାନ୍ତ ମଲ୍ଲ, ଗୋପନ୍ଦ୍ର ମଲ୍ଲ, ଜଗବନ୍ଧୁ ମଲ୍ଲ, ମାତାଜୀ ମଲ୍ଲ, ମନୋଜ ମଲ୍ଲ, ଲିପିକା ମଲ୍ଲ, ସଂଗୀତା ବେହେରା, ଚିନ୍ମୟୀ ପରିଡା, ବାସନ୍ତି ମଲ୍ଲ , ପ୍ରତାପ ସାହୁ, ନିଳମଣୀ ସାହୁ, ଶରତ ଚନ୍ଦ୍ର ବାରିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଅଭିଯୋଗକାରୀମାନେ ଆରକ୍ଷୀ ଅଧିକ୍ଷକ, ଗରଦପୁର ତହସିଲଦାର, ପାଟକୁରା ଥାନା ଅଧିକାରୀ, ଗରଦପୁର ବିଡିଓ, ଗରଦପୁର ସରପଂଚ ଏବଂ ପାଖଡ ସରପଂଚଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ