ବିଜୟର ଆଶା ନେଇ ବିଜୟ ଶଙ୍କରଙ୍କ ପ୍ରାର୍ଥୀ ପତ୍ର ଦାଖଲ 

ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ତିର୍ତ୍ତୋଲ ୧୦୨ ଆସନ ପାଇଁ ଶାସକ ଦଳର ଯୁବ ନେତା ବିଜୟ ଶଙ୍କର ଦାସ ନିଜର ପ୍ରାର୍ଥୀ ପତ୍ର ବିଦ୍ଧି ବଦ୍ଧ ଭାବେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ସାଙ୍ଗରେ ରାଜ୍ୟର ହେଭି ୱେଟ୍ ନେତା ବିଜୟଙ୍କୁ ସହାୟତା ଯୋଗାଇ ଦେବାପାଇଁ ଆଗେଇ ଆସିଛନ୍ତି। ସଭିଙ୍କ ପ୍ରିୟ ନେତା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପ୍ରିୟ ପ୍ରାର୍ଥୀ ବିଜୟ ଶଙ୍କର ଅଟନ୍ତି। ବିଜୟଶଙ୍କର ସହିତ ସାସଂଦ ଓ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପସ୍ଥିତ ଦଳୀୟ ଏକତାର ସୂଚନା ଦେଇଛି। ଆଗାମୀ ଦିନରେ ବିଜୟଙ୍କ ବିଜୟ ବିଜୁ ଜନତା ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ