ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ ମନୀଷା

ମୁମ୍ବାଇ : ବଲିଉଡର ପ୍ରତ୍ୟେକ ପ୍ରେମ କାହାଣୀ ବିଷୟରେ ବେଶ ଚର୍ଚ୍ଚା ହୋଇଥାଏ । ହେଲେ ଆଜିକାଲି କିଛି ପୁରୁଣା କପଲଙ୍କ ବିଷୟରେ ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁମାନଙ୍କ ପ୍ରେମ କାହାଣୀ ଅଧା ହୋଇ ରହିଯାଇଥିଲା । ତେବେ ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ସମୟରେ ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ । ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମନୀଷା କୋଇରାଲା । ମନୀଷା କୋଇରାଲା ଓ ନାନା ପାଟେକର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଉଭୟଙ୍କ ବିବାହ ହୋଇପାରିନଥିଲା । କାରଣ ନାନା ପାଟେକର ପ୍ରଥମରୁ ବିବାହିତ ଥିଲେ । କିନ୍ତୁ ନାନା ପାଟେକର ମନୀଷାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ନାନା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ହିଁ ମନୀଷା ତାଙ୍କୁ ବିବାହ କରିବେ ବୋଲି କହିଥିଲେ । ସେ କହିଥିଲେ ଯେ, ଯେତେ ଯାଏଁ ନାନା ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡିବେନି ସେତେ ଯାଏଁ ମନୀଷା ବିବାହ କରିବେନି । ନାନା ପାଟେକର ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡିବାକୁ ଚାହୁଁନଥିଲେ । ଏହି କାରଣ ଯୋଗୁଁ ଉଭୟଙ୍କ ବିବାହ ହୋଇପାରିନଥିଲା । ମନୀଷା ଏବେ କିଛି ଦିନ ପୂର୍ବରୁ କ୍ୟାନସର ରୋଗମୁକ୍ତ ହୋଇ ବଲିଉଡକୁ ଫେରିଛନ୍ତି । ଅପରପକ୍ଷରେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତା ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଥିଲେ ଯାହା ମଝିରେ ଜୋରସୋର ଚର୍ଚ୍ଚା ହେଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ